www.samajalive.in
Wednesday, December 10, 2025
23.1 C
Bhubaneswar

ହୋମ୍ ଆଇସୋଲେସନ ପାଇଁ ନୂତନ ନିର୍ଦ୍ଦେଶାବଳୀ

ହୋମ୍ ଆଇସୋଲେସନ ପାଇଁ ନୂତନ ନିର୍ଦ୍ଦେଶାବଳୀ । ରୋଗୀମାନଙ୍କ ପାଇଁ ୧୦ ଟି ନିର୍ଦ୍ଦେଶ ।

୧. ଜଣେ ସର୍ବଦା ଟ୍ରିପଲ୍ ମାସ୍କ, ମେଡିକାଲ୍ ମାସ୍କ ପିନ୍ଧିବା ଜରୁରୀ । ଏହାକୁ ପ୍ରତି ୮ ଘଣ୍ଟାରେ ପରିବର୍ତ୍ତନ କରାଯିବା ଆବଶ୍ୟକ। ଯଦି ମାସ୍କ ଓଦା କିମ୍ବା ମଇଳା ହୋଇଯାଏ, ତେବେ ଏହାକୁ ତୁରନ୍ତ ବଦଳାଇବାକୁ ପଡିବ ।

- Advertisement -

୨. ବ୍ୟବହାର ପରେ, ମାସ୍କକୁ ଫିଙ୍ଗିବା ପୂର୍ବରୁ ୧% ସୋଡିୟମ୍ ହାଇପୋ-କ୍ଲୋରାଇଟ୍ ସହିତ ବିଶୋଧିତ କରାଯିବା ଆବଶ୍ୟକ ।

୩. ରୋଗୀଙ୍କୁ ତାଙ୍କ କୋଠରୀରେ ରହିବାକୁ ପଡିବ। ଘରର ଅନ୍ୟ ସଦସ୍ୟମାନଙ୍କ ସହିତ କୌଣସି ସମ୍ପର୍କ ରହିବା ଉଚିତ୍ ନୁହେଁ, ବିଶେଷକରି ବୃଦ୍ଧ ଏବଂ ଉଚ୍ଚ ରକ୍ତଚାପ କିମ୍ବା ହୃଦଘାତରେ ପୀଡିତଙ୍କ ସଂପର୍କରେ ଆସିବେ ନାହିଁ ।

୪. ରୋଗୀ ପର୍ଯ୍ୟାପ୍ତ ବିଶ୍ରାମ ନେବା ଉଚିତ୍ ଏବଂ ଅଧିକରୁ ଅଧିକ ଜଳ କିମ୍ବା ତରଳ ପଦାର୍ଥ ଗ୍ରହଣ କରିବା ଉଚିତ୍ ।

୫. ଶ୍ବାସ କ୍ରିୟା ସ୍ଥିତି ଉପରେ ନଜର ରଖିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶଗୁଡିକ ପାଳନ କରିବାକୁ ପଡିବ ।

୬. ସାବୁନ ପାଣି କିମ୍ବା ଆଲକହଲ ଯୁକ୍ତ ସାନିଟାଇଜର ସହିତ ଅତି କମରେ ୪୦ ସେକେଣ୍ଡ ପାଇଁ ହାତ ସଫା କରାଯିବା ଉଚିତ୍।

୭. ବ୍ୟକ୍ତିଗତ ଜିନିଷ ଗୁଡିକୁ ଅନ୍ୟମାନଙ୍କ ସହିତ  ଅଂଶୀଦାର କରିବା ଉଚିତ ନୁହେଁ ।

୮. ଘରେ ଥିବା ଯେଉଁ ଜିନିଷ ଗୁଡିକୁ ଯାହା ବାରମ୍ବାର ଛୁଇଁବା ଆବଶ୍ୟକ (ଯଥା ଟେବୁଲ ଉପର, କବାଟ ଓ ଝରକାର ହ୍ୟାଣ୍ଡଲ୍ସ)କୁ ୧%  ହାଇପୋକ୍ଲୋରାଇଟ୍ ଦ୍ରବଣ ସହିତ ସଫା କରାଯିବା ଉଚିତ ।

୯. ରୋଗୀଙ୍କୁ ଡାକ୍ତରଙ୍କ ନିର୍ଦ୍ଦେଶ ଏବଂ ଔଷଧ ବ୍ୟବହାର ସହିତ ଜଡିତ ପରାମର୍ଶ  ମାନିବାକୁ ପଡ଼ିବ ।

୧୦. ରୋଗୀ ନିଜ ଅବସ୍ଥା ଉପରେ ନିଜେ ନଜର ରଖିବେ | ପ୍ରତିଦିନ ଶରୀରର ତାପମାତ୍ରା ଯାଞ୍ଚ କରିବେ। ଯଦି ଅବସ୍ଥା ବିଗିଡିବାର ଲକ୍ଷଣ ଦେଖିବେ ତ, ତୁରନ୍ତ ଜଣାଇବାକୁ ପଡିବ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories