www.samajalive.in
Wednesday, December 10, 2025
23.1 C
Bhubaneswar

ବ୍ରିଷ୍ଟନ ଅଦାଲତରେ ଆଜି ହାଜର ହେବେ ନିରବ ମୋଦୀ

ଲଣ୍ଡନ : ପଳାତକ ହୀରା ବ୍ୟବସାୟୀ ନିରବ ମୋଦିକୁ ସୋମବାର ବ୍ରିଷ୍ଟନର ଏକ ଅଦାଲତରେ ହାଜର କରାଯିବ । ନିରବ ମୋଦି ୨ଶହ କୋଟି ଡଲାର ସମ୍ବଳିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ସହ ସଂପୃକ୍ତ । ନିରବ ମୋଦି ବିରୁଦ୍ଧରେ କଳାଧନ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି।
ବର୍ତ୍ତମାନ ସମଗ୍ର ବିଶ୍ୱରେ କୋଭିଡ-୧୯ ପାଇଁ କଟକଣା ଲାଗୁ କରାଯାଇଥିବାରୁ ନିରବ ମୋଦିଙ୍କର ଶୁଣାଣି ଅନ୍‍ଲାଇନ୍‍ ଜରିଆରେ
ହେବ । ୪୯ ବର୍ଷ ବୟସ୍କ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଲଣ୍ଡନର ୱାଣ୍ଡସ୍‍ ଓର୍ଥ ଜେଲରେ ରଖାଯାଇଛି । ଗତବର୍ଷ ମାର୍ଚ୍ଚ ମାସରେ ତାଙ୍କୁ
ଗିରଫ କରାଯାଇଥିଲା । ତାଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର କରାଯିବାର ଥିଲା କିନ୍ତୁ କୋଭିଡ୍‍ କଟକଣା ଲାଗୁ ଦୃଷ୍ଟିରୁ ଡିଷ୍ଟ୍ରିକ୍ଟ ଜଜ୍‍
ସାମୁଏଲ୍‍ ଗୁଜି ଏଭଳି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ଭିଡିଓ ଲିଙ୍କ୍‍ ମାଧ୍ୟମରେ ତାଙ୍କର ବିଚାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଏହିଶୁଣାଣି ୫ ଦିନ ଧରି ଚାଲିବ । ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରି ଆଣିବା ଲାଗି ଭାରତର ଅନୁରୋଧ ଉପରେ ଏହି ଶୁଣାଣି ହେବ । ପୂର୍ବରୁ ସିବିଆଇ ଓ  ପ୍ରବର୍ତ୍ତନ ନିର୍ଦେଶାଳୟ
ନିରବ ମୋଦିଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories