www.samajalive.in
Saturday, December 6, 2025
23.1 C
Bhubaneswar

କୋଭିଡ୍‍-୧୯ ରୋଗୀ ଡିସଚାର୍ଜ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂଶୋଧିତ ନିୟମାବଳୀ

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍‍-୧୯ ସଂକ୍ରମିତମାନଙ୍କୁ ଅନ୍ୟତ୍ର ପଠାଯିବା କିମ୍ବା ଡିସଚାର୍ଜ ସଂକ୍ରାନ୍ତରେ ସଂଶୋଧିତ ନିୟମାବଳୀ ଜାରି କରିଛି। ଏହି ନୂଆ ନୀତି ଅନୁସାରେ ସାମାନ୍ୟ ଲକ୍ଷଣ ଥିବା ଓ ସାମାନ୍ୟ ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କୁ କୋଭିଡ୍‍-୧୯ ପରୀକ୍ଷା ବିନା ଛଡ଼ାଯାଇ ପାରିବ।

ସାମାନ୍ୟ ଲକ୍ଷଣ ଥିବା କିମ୍ବା କୋଭିଡ୍‍-୧୯ ପ୍ରାକ୍‍ ଲକ୍ଷଣ ଥିବା ଲୋକମାନଙ୍କୁ କୋଭିଡ୍‍ କେୟାର କେନ୍ଦ୍ରଗୁଡ଼ିକରେ ଭର୍ତ୍ତି କରାଯିବ ଓ ସେମାନଙ୍କର ଶରୀରର ତାପମାତ୍ରା ଓ ପଲ୍‍ସ ଅକ୍ସିମେଟ୍ରିର ନିୟମିତ ଯାଞ୍ଚ କରାଯିବ । ଦଶଦିନ ପରେ ଯଦି ସେମାନଙ୍କ ଶରୀରରେ ଜ୍ୱର ଆସିନଥିବ, ତା’ହେଲେ ସେମାନଙ୍କୁ ଛଡ଼ାଯିବ । ଛଡ଼ାଯିବା ପୂର୍ବରୁ କୌଣସି ପରୀକ୍ଷା କରାଯିବ ନାହିଁ। ରୋଗୀମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ ମଧ୍ୟରେ ଅଲଗା ହୋଇ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସେମାନେ ଯଦି ଜ୍ୱର, କାଶ କିମ୍ବା ଶ୍ୱାସପ୍ରଶ୍ୱାସରେ ଅସୁବିଧା ଅନୁଭବ କରିବେ ତେବେ ୧୦୭୫ ନମ୍ବରକୁ ଡାଏଲ୍‍ କରି କୋଭିଡ୍‍ କେୟାର ସେଣ୍ଟର ସହ ଯୋଡ଼ାଯିବ। ସଂଶୋଧିତ ନୀତି ଅନୁସାରେ ଅଳ୍ପ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ଶାରୀରିକ ତାପମାତ୍ରା ଓ ଅମ୍ଳଜାନ ଗ୍ରହଣ କରିବା ଅବସ୍ଥାର ଯାଞ୍ଚ କରାଯିବ।

- Advertisement -

୩ ଦିନ ଭିତରେ ଯଦି ଜଣେ ବ୍ୟକ୍ତିଙ୍କର ଜ୍ୱର କମିଗଲା ଓ ଅମ୍ଲଜାନ ଗ୍ରହଣ କ୍ଷମତା ୪ ଦିନ ପର୍ଯ୍ୟନ୍ତ ଶତକଡ଼ା ୯୫ ଭାଗରୁ ଅଧିକ ରହିଲା ତେବେ ସେହିଭଳି ରୋଗୀମାନଙ୍କୁ ୧୦ ଦିନ ପରେ ଛଡ଼ାଯାଇ ପାରିବ ।

ତେବେ ଏହା ପୂର୍ବରୁ ସେମାନଙ୍କର ଜ୍ୱର କିମ୍ବା ଶ୍ୱାସପ୍ରଶ୍ୱାସରେ ଅସୁବିଧା ନ ହେଉଥିବାକୁ ସୁନିଶ୍ଚିତ କରାଯିବ। ଯେଉଁ ଲୋକମାନଙ୍କର ତିନିଦିନ ମଧ୍ୟରେ ଜ୍ୱର କମୁନଥିବ ଓ ଅକ୍ସିଜେନ୍‍ ଦିଆଯାଉଥିବ, ସେମାନଙ୍କ ଶରୀରରେ ଉନ୍ନତି ପରିଲକ୍ଷିତ ହେବା ପରେ ଯାଇ ସେମାନଙ୍କୁ ଛଡ଼ାଯିବ ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories