www.samajalive.in
Sunday, December 14, 2025
23.1 C
Bhubaneswar

ପେଟ୍ରୋଲ ଓ ଡିଜେଲ ଉପରେ ଗବର ସିଂ ଟ୍ୟାକ୍ସ: ସୁର ରାଉତରାୟ

ଭୁବନେଶ୍ୱର : ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୨୦ ବର୍ଷ ତଳକୁ ଫେରି ୨୦ ଡଲାଇ ହୋଇଥିବା ବେଳେ ଏହାର ସୁବିଧା ଜନସାଧାରଣ ନ ପାଇବା ଏକ ଦୁଃଖଦାୟକ ଏବଂ ଜନସ୍ୱାର୍ଥ ବିରୋଧି ଘଟଣା ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। କରୋନାର ଭୟାବହ ପରିସ୍ଥିତି ସମୟରେ ଯେତେବେଳେ ଲୋକଙ୍କ ଆର୍ଥିକ ମାନଦଣ୍ଡ ଭୁଷୁଡି ପଡିଛି ସେତେବେଳେ ପେଟ୍ରୋଲ ଉପରେ ୧୦ ଟଙ୍କା ଓ ଡିଜେଲ ଉପରେ ୧୩ ଟଙ୍କା ଏକ୍ସାଇଜ୍ ଟିକସ ଲଦି ଦେବା ଏକ ନିର୍ଦ୍ଦୟ ନିଷ୍ପତି ବୋଲି ଶ୍ରୀ ରାଉତରାୟ କହିଛନ୍ତି।

୨୦୧୪ ପରେ ମୋଦି ସରକାର ୧୨ଥର ତୈଳ ଦର ବୃଦ୍ଧି କରି ଜନସାଧାରଣଙ୍କ ଉପରେ ଅର୍ଥ ବୋଝ ଲଦି ଦେଉଛନ୍ତି। ବର୍ତ୍ତମାନ ତୈଳ ଦର ବୃଦ୍ଧିକୁ ସାଧାରଣ ଲୋକ ମୋଦୀ ଟ୍ୟାକ୍ସ, ଗବର ସିଂ ଟ୍ୟାକ୍ସ ବା ଜିଜିୟା କର ବୋଲି କହୁଛନ୍ତି । ଯେତେବେଳେ ଅଶୋଧିତ ତୈଳ ଦର ଆର୍ନ୍ତଜାତିକ ବଜାରରେ ୧୨୫ ଟଙ୍କା ଥିଲା ସେତେବେଳେ କେନ୍ଦ୍ରର କଂଗ୍ରେସ ସରକାର ୭୦ ଟଙ୍କାରେ ପେଟ୍ରୋଲ ଦେଉଥିଲା। ଏବେ ଅଶୋଧିତ ତୈଳ ଦର ୨୦ ଡଲାରକୁ ଖସି ଆସିଥିବା ବେଳେ ମୋଦୀ ସରକାର ପେଟ୍ରୋଲ ଓ ଡିଜେଲ ଦର ପାଖାପାଖି ୭୦ ଟଙ୍କା ରଖି ସାଧାରଣ ଜନତାଙ୍କ ତଣ୍ଟି ଚିପି ଅର୍ଥ ଆଦାୟ କରୁଛନ୍ତି। କଂଗ୍ରେସ ସରକାର ସମୟରେ ସାମାନ୍ୟ ତୈଳ ଦର ବୃଦ୍ଧି ହେଲେ ଉଭୟ ବିଜେପି ଓ ବିଜେଡି ପ୍ରତିବାଦ କରି ରାସ୍ତାରେ ଗଡୁଥିଲେ। ଏବେ ବିଜେପି ସରକାର ବଢ଼ାଇ ଚାଲିଛି, ହେଲେ ନବୀନ ବାବୁ ଏବଂ ବିଜେଡି ଦଳର ମୁହଁ ବନ୍ଦ ରହିଛି। କାରଣ ଏ ଦୁଇଟି ସରକାରଙ୍କର ଗୋଟିଏ ନିଷ୍ପତି, ଯାହାକି ସାଧାରଣ ଜନତାଙ୍କର ତଣ୍ଟି ଚିପି ଅର୍ଥ ଆଦାୟ କରିବା। ଜନସାଧାରଣ ଏବେ ୩୦/୪୦ ଟଙ୍କାରେ ପେଟ୍ରୋଲ ଓ ଡିଜେଲ ପାଆନ୍ତେ। ମାତ୍ର କେନ୍ଦ୍ର ଓ ଓଡିଶାର ରାଜ୍ୟ ସରକାର ଏହା କରାଇ ଦେଲେ ନାହିଁ। ୭୦ ଟଙ୍କା ପେଟ୍ରୋଲ ଓ ଡିଜେଲ ଦରରେ ମୋଦୀ ଓ ନବୀନ ଟିକସ ୫୦ ଟଙ୍କା ପଡିଯାଉଛି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ୨୦୧୪ ଏପ୍ରିଲ୍ ପରେ ପେଟ୍ରୋଲ ଟିକସ ପରିମାଣ ୨୪୮ ପ୍ରତିଶତ ଓ ଡିଜେଲର ୭୯୪ ପ୍ରତିଶତ ବଢ଼ିଛି। ଏହା ଉପରେ ଆମ ରାଜ୍ୟ ସରକାର ମଧ୍ୟ ଆଖିବୁଜା ଟିକସ ବଢାଇଛନ୍ତି। ଯେହେତୁ ପେଟ୍ରୋଲ ଓ ଡିଜେଲ ଦର ଖାଉଟିଙ୍କ ପାଖରେ ଅପରିବର୍ତ୍ତିତ ରହିଛି। ଯେଉଁ ଦାମରେ ଖାଉଟି ପେଟ୍ରୋଲ ଓ ଡିଜେଲ ଏବେ କିଣୁଛନ୍ତି ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ତା’ର ଅଧା ଦରରେ ସେମାନେ ପାଇବା କଥା। ମାତ୍ର ଉଭୟ ମୋଦୀ ଓ ନବୀନ ସରକାର ଏକ ଜନସ୍ୱାର୍ଥ ବିରୋଧି ସରକାର ହୋଇଥିବାରୁ ସାଧାରଣ ଜନତା କମ୍ ଦାମ୍‌ରେ ପେଟ୍ରୋଲ ଓ ଡିଜେଲ ପାଇପାରୁ ନାହାନ୍ତି। ଏହା ସ୍ପଷ୍ଟ ଯେ ବର୍ତ୍ତମାନ ବିଶ୍ୱରେ ବିଭିନ୍ନ ଦେଶ ତୁଳନାରେ ତୈଳ ଦର ଉପରେ ମୋଦୀ ସରକାର ସର୍ବାଧିକ ଟ୍ୟାକ୍ସ ନେଉଛନ୍ତି ।

 

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories