www.samajalive.in
Friday, December 12, 2025
16.1 C
Bhubaneswar

ଝାଡବାଙ୍କ କଲଭର୍ଟ ତଳୁ ଖପୁରୀ ଓ ହାଡ ଜବତ ଘଟଣା; ୪୮ ଘଣ୍ଟା ପରେ ମଧ୍ୟ ପୁଲିସ ହାତ ଖାଲି

ଗୋପାଳପୁର : କହ୍ନେଇପୁଟ-ଦଶଘରିଆ ମଝି ରାସ୍ତାର ଝାଡବାଙ୍କ କଲଭର୍ଟ ତଳେ ଯୋଜନାବଦ୍ଧ ଭାବରେ ହତ୍ୟା ଓ ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତ ବ୍ୟକ୍ତିଙ୍କୁ ଟାୟର ଜାଳି ପୋଡ଼ି ଦେବା ଘଟଣାକୁ ଇତିମଧ୍ୟରେ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଧରିବାରେ ଅସଫଳ ହୋଇଛି। ଘଟଣାସ୍ଥଳରୁ କିଛି ପାଉଁଶ, ମୃତ ବ୍ୟକ୍ତିର ଖପୁରୀ ଓ ହାଡ ପୁଲିସ ଜବତ କରି ଡିଏନ୍ଏ ଟେଷ୍ଟ ନିମନ୍ତେ ଫରନ୍ସିକ ଲ୍ୟାବକୁ ପଠାଇଥିବା ଜଣାପଡିଛି। ଉକ୍ତ ଘଟଣାକୁ ନେଇ ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ କରିବା ସହ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାକୁ ପୁଲିସ ପ୍ରୟାସ ଜାରି ରହିଥିବା ଜଣାପଡିଛି।

ଅଭିଯୋଗ କ୍ରମେ ଏହି ବର୍ବର ହତ୍ୟାକାଣ୍ଡ ଗତ ବୁଧବାର ରାତିରେ ଘଟିଥିବା ବେଳେ ଗୁରୁବାର ଦିନ ଏହା ପୁଲିସ ନଜରକୁ ଆସିଥିଲା। କିନ୍ତୁ ଘଟଣାସ୍ଥଳକୁ ଉଭୟ ଦିଗପହଣ୍ଡି ଓ ଗୋଳନ୍ଥରା ଥାନାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଉଭୟ ଥାନା ଏହି କେସ ନେବାକୁ ଅମଙ୍ଗ ହୋଇଥିଲେ। ଶେଷରେ ଗୁରୁବାର ସଂଧ୍ୟାରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ଏସଡିପିଓ ଜୟନ୍ତ ମହାପାତ୍ର, ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ, ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହି ସ୍ଥାନଟି ଗୋଳନ୍ଥରା ଥାନା ଅନ୍ତର୍ଗତରେ ଆସୁଥିବା ସେହି ଥାନାକୁ ମାମଲାଟି ହସ୍ତାନ୍ତର କରାଯାଇଥିଲା।

- Advertisement -

ଅନ୍ୟ ପଟେ ଆଜି ସକାଳେ ବ୍ରହ୍ମପୁର ର ପୁଲିସ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘଟଣାର ଛାନଭିନ୍ନ କରିବା ସହ ପାଉଁଶ, ଖପୁରୀ ଓ କିଛି ହାଡ଼ ସହ ଦରପୋଡା ଟାୟାର ଆଦିକୁ ଜବତ କରି ଲ୍ୟାବ୍‌କୁ ପଠାଇଛନ୍ତି। ମୃତକଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରାଯିବା ପରେ ଯୋଜନାବଦ୍ଧ ଭାବେ କଲଭର୍ଟ ତଳେ ଟାୟର ଜାଳି ମୃତଦେହକୁ ସମ୍ପୂର୍ଣ୍ଣ ଜାଳି ଦିଆଯାଇଚି। ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତ ଏପରି କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ଗୋଳନ୍ଥରା ପୁଲିସ କହିଛି। ମୃତକ ଜଣକ ମହିଳା ହୋଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। ଡିଏନ୍ଏ ରିପୋର୍ଟ ଆସିବା ପରେ ହଁ ଏହା ମହିଳା କିମ୍ବା ପୁରୁଷ ତାହା ସ୍ପ​‌ଷ୍ଟ ହେବ ବୋଲି ଥାନା ଆଇଆଇସି ବାବୁଲି ନାୟକ ପ୍ରକାଶ କରିଛନ୍ତି। ଏହା ସହ ସେହି ଜିଲ୍ଲା ସମେତ ଅନ୍ୟ ଜିଲ୍ଲାର ବିଭିନ୍ନ ଥାନାରୁ ନିଖୋଜ ମାମଲାକୁ ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories