www.samajalive.in
Monday, December 8, 2025
24.1 C
Bhubaneswar

ଅନ୍‌ଲାଇନ୍‌ରେ ‘ଜୁମାଟୋ’ ଏବଂ ‘ସ୍ୱିଗୀ’ ପାଧ୍ୟମରେ ଉପଲବ୍ଧ ହେବ ଓଟିଡିସି ଦ୍ୱାରା ପ୍ରସ୍ତୁତ ଖାଦ୍ୟ

ଭୁବନେଶ୍ୱର : କୋଭିଡ୍‌-୧୯ ପ୍ରଭାବ ଯୋଗୁଁ ଏବେ ସାରା ରାଜ୍ୟ ଲକ୍‌ ଡାଉନ୍‌ରେ । ସମସ୍ତେ ଘରେ ରହି କରୋନାର ମୁକାବିଲା କରୁଛନ୍ତି। ସାରା ରାଜ୍ୟରେ ହୋଟେଲ୍‌, ମଲ୍‌ ପ୍ରଭୃତି ବନ୍ଦ ରହିଥିବା ଯୋଗୁଁ ଖାଦ୍ୟପେୟ ପାଇବାରେ ଲୋକେ ହଇରାଣ ହେଉଛନ୍ତି। ବିଶେଷ ଭାବେ ଏକାକୀ ରହୁଥିବା ବ୍ୟକ୍ତି ତଥା କର୍ମଜୀବୀମାନେ ଏଥିରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦୃଷ୍ଟିକୁ ଆସୁଛି। ଏପରି ଏକ ଘଡ଼ିସନ୍ଧି ସମୟରେ ଘରେ ଘରେ ସୁସ୍ୱାଦୁ ଖାଦ୍ୟ ପହଞ୍ଚାଇବା ପାଇଁ ଓଟିଡ଼ିସି ଏକ ନୂତନ ପ୍ରୟାସ ଆରମ୍ଭ କରିଛି- ‘ପସନ୍ଦ ଆପଣଙ୍କର, ରୋଷେଇ ଆମର’ । ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରାମର୍ଶ କ୍ରମେ ନିଗମ ‘ଜୁମାଟୋ’ ଓ ‘ସ୍ୱିଗୀ’ ପରି ଦୁଇ ପ୍ରମୁଖ ଲୋକପ୍ରିୟ ଅନ୍‌ଲାଇନ୍‌ ଖାଦ୍ୟ ଡେଲିଭରୀ ସଂସ୍ଥା ସହିତ ଓଟିଡିସିର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ପିଶ୍ର ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ହେମକାନ୍ତ ସାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଥପ ପର୍ଯ୍ୟାୟରେ ନିଗମ ଦ୍ୱାରା ପରିଚାଳିତ ୪ଟି ପାନ୍ଥନିବାସ ଯଥା ଭୁବନେଶ୍ୱର, କଟକ, ପୁରୀ ଓ ରାଉରକେଲା ସହରବାସୀଙ୍କୁ ଏହି ଦୁଇ ପ୍ରମୁଖ ଅନ୍‌ଲାଇନ୍‌ ପାଧ୍ୟମରେ ଦିଆଯାଉଥିବା ଡୋର୍‌ ଟୁ ଡୋର୍‌ ଅର୍ଡର ଅନୁଯାୟୀ ଖାଦ୍ୟ ଯୋଗାଇ ଦିଆଯିବ। ଏହାଛଡ଼ା ପାରମ୍ପରକି ଓଡ଼ିଆ ଗଣପର୍ବ ‘ରଜ’ର ପୋଡ଼ ପିଠା ଓ ଅନ୍ୟାନ୍ୟ ସବୁ ପ୍ରକାର ପିଠା ମଧ୍ୟ ଏହି ଅନ୍‌ଲାଇନ୍‌ ପାଧ୍ୟମରେ ଉପଲବ୍ଧ ହେବ। ଆଜି ମାନ୍ୟବର ମନ୍ତ୍ରୀ, ନିଗପର ଅଧ୍ୟକ୍ଷା, ପରିଚାଳନା ନିର୍ଦ୍ଦେଶ, ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀ ଏବଂ ‘ଜୁମାଟୋ’ ଓ ‘ସ୍ୱିଗୀ’ର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୌପଚାରିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। ଆଗାମୀ ଦିନରେ ଅନ୍ୟ ପାନ୍ଥନିବାସଗୁଡ଼ିକ ପାଇଁ ଏପରି ସେବା ଯୋଗାଇ ଦେବା ପାଇଁ ଆଉ କିଛି ପ୍ରପୁଖ ଅନ୍‌ଲାଇନ୍‌ ଖାଦ୍ୟ ବଣ୍ଟନ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ପିଶ୍ର କହିଛନ୍ତି। ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ସମସ୍ତ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନ ସମ୍ଭାରକୁ ସୁଲଭ ତଥା ସମ୍ପୂର୍ଣ୍ଣ ହାଇଜେନିକ୍‌ ଭାବରେ ଅନ୍‌ଲ।ଇନ୍‌ ପାଧ୍ୟମରେ ସହରବାସୀଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories