www.samajalive.in
Saturday, December 6, 2025
15.1 C
Bhubaneswar

ଅଦମ୍ୟ ସାହସୀ ବିନିତା: ସାମ୍ନା କରିପାରିଲେନି ମାଓବାଦୀ, ଏରିଆ କମାଣ୍ଡର ନିହତ

ରାଞ୍ଚି: ବିନିତା ଉରାଓଁ। ୨୭ ବର୍ଷୀୟା ଏହି ଯୁବତୀ ଏବେ ଚର୍ଚ୍ଚାରେ। ତାଙ୍କର ଅଦମ୍ୟ ସାହସ ଏବଂ ବୀରତ୍ଵ ଦେଖି ପଛଘୁଞ୍ଚା ଦେଇଛନ୍ତି ମାଓବାଦୀ। ତାଙ୍କ ପରିବାରକୁ ହତ୍ୟା କରିବାକୁ ଘରେ ପଶିଥିବା ମାଓବାଦୀମାନେ ବିନିତାଙ୍କୁ ସାମ୍ନା କରି ନ ପାରି ଛତ୍ରଭଙ୍ଗ ଦେଇଛନ୍ତି। ଏପରି କି ଏହି ଲଢ଼େଇରେ ଜଣେ ମାଓବାଦୀ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଘଟଣା ଘଟିଛି ଝାଡ଼ଖଣ୍ଡର ଗୁମଲା ଜିଲା ଅନ୍ତର୍ଗତ ସଦର ଥାନାର ବୃନ୍ଦା ନାୟକଟୋଲି ଗାଁରେ।

ଗୁମଲା ଏସପି ହରଦୀପ ପି ଜନାର୍ଦ୍ଦନଙ୍କ ସୂଚନା ଅନୁସାରେ, ବିନିତାଙ୍କ ପରିବାର ଲୋକଙ୍କୁ ମାରିବାକୁ ସ୍ଥାନୀୟ ପିଏଲଏଫଆଇ ମାଓବାଦୀ ସଂଗଠନର ଏରିଆ କମାଣ୍ଡର ବସନ୍ତ ଗୋପ ସଦଳବଳ ତାଙ୍କ ଘରେ ପଶିଥିଲେ। ଏହି ସମୟରେ ବିନିତା ମାଓବାଦୀଙ୍କ ସାମ୍ନା କରିଥିଲେ। ନିଜର ସାହସିକତାର ପରିଚୟ ଦେଇ ବିନିତା ଏକାକୀ ମାଓବାଦୀମାନଙ୍କ ସହିତ ଲଢ଼ିଥିଲେ। ଶେଷରେ ବିନିତା ଏକ ଟାଙ୍ଗିଆରେ ଏରିଆ କମାଣ୍ଡର ବସନ୍ତ ଗୋପଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ବସନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହା ଦେଖି ଅନ୍ୟ ମାଓବାଦୀମାନେ ଭୟଭୀତ ହୋଇ ସେଠାରୁ ଖସି ପଳାଇଥିଲେ। ଏସପି ଜନାର୍ଦ୍ଦନ କହିଛନ୍ତି, ପିଏଲଏଫଆଇ ୨ବର୍ଷ ତଳେ ଜଣେ ବ୍ୟକ୍ତିଙ୍କ ହତ୍ୟା କରିଥିଲା। ଏହି ମାମାଲରେ ବିନିତାଙ୍କ ପରିବାର ଲୋକେ ସାକ୍ଷୀ ଥିଲେ। ସେମାନେ କୋର୍ଟରେ ସାକ୍ଷ୍ୟ ନ ଦେବା ଲାଗି ମାଓବାଦୀମାନଙ୍କ ପକ୍ଷରୁ ବାରମ୍ବାର ଧମକ ଦିଆଯାଇଥିଲା। କିନ୍ତୁ ବିନିତାଙ୍କ ପରିବାର ଲୋକେ ତାହାକୁ ଖାତିର କରି ନ ଥିଲେ। ଶେଷରେ ତାଙ୍କ ପରିବାରକୁ ହତ୍ୟା କରିବାକୁ ପିଏଲଏଫଆଇ ଏରିଆ କମାଣ୍ଡର ଅନ୍ୟ ସଦସ୍ୟଙ୍କ ସହିତ ଗତ ବୁଧବା ରରାତିରେ ବିନିତାଙ୍କ ଘରକୁ ଯାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories