www.samajalive.in
Wednesday, December 10, 2025
23.1 C
Bhubaneswar

ଆନ୍ଧ୍ରପ୍ରଦେଶ ପରେ ଏବେ ଛତିଶଗଡରେ ଗ୍ୟାସ୍ ଲିକ୍ : ୭ ଶ୍ରମିକ ଗୁରୁତର

ରାୟପୁର : ଆନ୍ଧ୍ରପ୍ରଦେଶ ପରେ ଏବେ ଛତିଶଗଡର ରାୟଗଡ ଜିଲ୍ଲାରେ ମଧ୍ୟ ଗ୍ୟାସ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ବିଷାକ୍ତ ଗ୍ୟାସର ସଂସ୍ପର୍ଶରେ ଆସି ୭ ଜଣ ଶ୍ରମିକ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭ ଜଣଙ୍କ ମଧ୍ୟରୁ ତିନିଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟପୁରକୁ ପଠାଯାଇଛି। ଏନେଇ ରାୟଗଡ ପୁଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି।
ରାୟଗଡ ଜିଲ୍ଲା ପୁଲିସ ଅଧୀକ୍ଷକ ସାନ୍ତୋଶ ସିଂଙ୍କ କହିବା ଅନୁଯାୟୀ, ରାୟଗଡ ଜିଲ୍ଲାର ଟେଟଲା ଗ୍ରାମରେ ଥିବା ଶକ୍ତି ପେପର ମିଲ ତାଲାବନ୍ଦ ଯୋଗୁଁ ବନ୍ଦ ହୋଇ ରହିଥିଲା। ମିଲ୍ ମାଲିକ ଲକଡ଼ାଉନ୍ ପରେ ମିଲ୍ ଆରମ୍ଭ କରିବା ପାଇଁ ସଫେଇ କାର୍ୟ୍ୟ କରୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା। ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ୭ ଜଣ ଶ୍ରମିକ ଅସୁସ୍ଥ ହୋଇପଡିଥିଲେ। କିନ୍ତୁ ମିଲର ମାଲିକ ପୁଲିସକୁ ଘଟଣା ସମ୍ପର୍କରେ ନ ଜଣାଇ ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହା ପରେ ଡାକ୍ତରଖାନା ପକ୍ଷରୁ ପୁଲିସକୁ ସୂଚନା ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏ ବାବଦରେ ଖୁବଶୀଘ୍ର ଏକ ମାମଲା ରୁଜୁ ହେବ ବୋଲି ରାୟଗଡ ଜିଲ୍ଲା ପୁଲିସ ଅଧୀକ୍ଷକ ସାନ୍ତୋଶ ସିଂ କହିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories