www.samajalive.in
Saturday, December 13, 2025
26.1 C
Bhubaneswar

ଠାକୁରମୁଣ୍ଡାରେ ପୁଣି ବାଘ ଆତଙ୍କ; ବାଛୁରୀ ଗୁରୁତର

ଠାକୁରମୁଣ୍ଡା : କିଛି ଦିନ ବ୍ୟବଧାନ ପରେ ପୁଣି ଠାକୁରମୁଣ୍ଡାରେ ବାଘ ଆତଙ୍କ ସୃଷ୍ଟି ହୋଇଛି। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଡଙ୍ଗାଡିହା ଗ୍ରାମ ନକଟବର୍ତ୍ତୀ ଗ୍ରାମ ଗୁଡିକରେ ବାଘ ଆକ୍ରମଣରେ ଗୃହପାଳିତ ପଶୁମାନେ ମୃତାହତ ହୋଇଥିବା ଜଣାପଡିଛି। ଏକ ବାଘ ଆକ୍ରମଣରେ ଗୋଟିଏ ବାଛୁରୀ ଗୁରୁତର ଆହତ ହୋଇଛି। ଡଙ୍ଗାଡିହା ଗ୍ରାମ ନିକଟ ଶାଗୁଆନ ବଗିଚା ନିକଟରେ କେତେକ ଗାଈ ଓ ବଳଦ ଚରୁଥିବା ବେଳେ ସେଥିମଧ୍ୟରୁ ଏକ ଅଣ୍ଡିରା ବାଛୁରୀ କୁ ବାଘ ଆକ୍ରମଣ କରିଥିଲା। ବାଘ ବାଛୁରୀର ମୁହଁକୁ କାମୁଡି ଦେବାରୁ ସାଙ୍ଗରେ ଚରୁଥିବା ଅନ୍ୟ ଗାଈ-ବଳଦ ଗୁଡିକ ଭୟବୀତ ହୋଇ ଏଣେ ତେଣେ ଦୌଡ଼ି ଆସିଥିଲେ। ପରେ ଗ୍ରାମବାସୀମାନେ ଏହା ଦେଖି ଶାଗୁଆନ ବଗିଚାକୁ ଯାଇ ଆହତ ଅବସ୍ଥାରେ ପଡିରହିଥିବା ବାଛୁରୀକୁ ଉଦ୍ଧାର କରିଥିଲେ। ଏହା କଲରାପତାରିଆ ବାଘ ଆକ୍ରମଣ କରିଥାଇପାରେ ବୋଲି ପଶୁ ଚିକିତ୍ସକ କହିଛନ୍ତି।

ଏଠାରେ ସୂଚନା ଥାଉକି, ଏହି ଦେଢ଼ ମାସ ମଧ୍ୟରେ ଡ଼ଙ୍ଗାଡ଼ିହା ଗ୍ରାମ ନିକଟସ୍ଥ ଗ୍ରାମ ଗୁଡିକରେ ବାଘ ଆତଙ୍କ ଦେଖିବାକୁ ମିଳିଥିଲା। ପତ୍ରପୋଡ଼ା ଡଙ୍ଗାଡିହା, ଭେଜଡିହା ଗ୍ରାମରେ ଗୃହପାଳିତ ପଶୁ ମାନଙ୍କୁ ବାଘ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା। ପତ୍ରପୋଡ଼ା ଗ୍ରାମର ଡମ୍ବରୁଧର ପିଙ୍ଗୁଆ ଓ ଡଙ୍ଗାଡିହା ଗ୍ରାମର ଲକ୍ଷଣ ମୁର୍ମୁଙ୍କ ଗୋଟିଏ ଲେଖାଏଁ ଗାଈକୁ ମାସେ ଆଗରୁ ବାଘ ମାରି ଖାଇ ଦେଇଥିଲା। ଡଙ୍ଗାଡିହା ଗ୍ରାମର ଲକ୍ଷ୍ମଣ ହୋଙ୍କ ଏକ ମଇଁଷିକୁ ଭେଜିଡିହା ନିକଟ ଠାକୁରମୁଣ୍ଡା-ଶରତ ମୁଖ୍ୟ ରାସ୍ତା ଉପରେ ବାଘ ଆକ୍ରମଣ କରି ଆହତ କରିଥିଲା ଓ ପରେ ମଇଁଷିର ମୃତ୍ୟୁ ହୋଇଥିଲା। ଏସମସ୍ତ ଆକ୍ରମଣ ସ୍ଥଳରେ ପଡିଥିବା ବାଘର ପଦ ଚିହ୍ନରୁ ମହାବଳ ବା କଲରପତାରିଆ ବାଘ ଆକ୍ରମଣ କରୁଥିବା ନେଇ ସ୍ଥାନୀୟ ଲୋକମାନେ ସନ୍ଦେହ କରୁଛନ୍ତି। ନିଜର ଓ ଗୃହପାଳିତ ପଶୁମାନଙ୍କ ପ୍ରତି ବିପଦ ଆଶଙ୍କା କରି ଲୋକେ ଭୟବୀତ ଆବସ୍ଥାରେ ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories