www.samajalive.in
Sunday, December 14, 2025
26.1 C
Bhubaneswar

ନିଜ ଖର୍ଚ୍ଚରେ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା

ବାରଙ୍ଗ: ଅଭାବ ଅନଟନରେ ଥାଇ ମଧ୍ୟ କରୋନା ସଂକଟ ସମୟରେ ସମାଜସେବାକୁ ବାର୍ତ୍ତା ଦେବାକୁ ଭୁଲି ନାହାନ୍ତି ବାଲିପଡ଼ା ଗ୍ରାମ ଭୋଇସାହିର ପ୍ରଶାନ୍ତ ଭୋଇ। ନିଜ ଖର୍ଚ୍ଚରେ ସେ ୱାଲ ପେଣ୍ଟିଂ ମାଧ୍ୟମରେ ସଚେତନତା ଜାରି ରଖିଛନ୍ତି। ପ୍ରାୟ ୩୦ରୁ ଅଧିକ ସ୍ଥାନରେ ସଚେତନତାମୂଳକ ପେଣ୍ଟିଂ ଲଗାଇଛନ୍ତି। ସେ ୧୯୯୨ ମସିହାରେ ଟେରାକୋଟା ଶିଳ୍ପୀ ଭାବରେ ପ୍ରଶିକ୍ଷିତ ହୋଇ ବିନା ମୂଲ୍ୟରେ କଟକ ଖୋର୍ଦ୍ଧା ଜିଲାର ଅନେକ ବିଦ୍ୟାଳୟରେ ଟେରାକୋଟା, ଚିତ୍ରାଙ୍କନ, ମାଟି ଭୂମି ପ୍ରତିମୂର୍ତ୍ତି ନିର୍ମାଣ ଆଦି ବିଭିନ୍ନ କାର୍ୟ୍ୟ କରିବା ସହିତ ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗରେ ଇନ୍ଦ୍ରଧନୁ କାର୍ୟ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବେ ଦିବ୍ୟାଙ୍ଗ ପିଲାମାନଙ୍କୁ ତାଲିମ ଦେବା କାର୍ୟ୍ୟ ଜାରି ରଖିଛନ୍ତି। ତାଙ୍କର ଏପରି ମହନୀୟ କାର୍ୟ୍ୟ ପାଇଁ ସନ୍ଥ ବାହୁଡ଼ା ଭୋଇ ସମାଜ ବିକାଶ ପରିଷଦ ପକ୍ଷରୁ ବାହୁଡା ସମ୍ମାନରେ ସମ୍ମାନିତ କରାଯାଇଛି। ନନ୍ଦନକାନନ ଓ ଦଧିବାମନ ବିଦ୍ୟାଳୟ ସମେତ ବହୁ ବିଦ୍ୟାଳୟ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories