www.samajalive.in
Saturday, December 13, 2025
15.1 C
Bhubaneswar

ବିଦେଶରୁ ଭାରତୀୟଙ୍କୁ ଆଣିବାକୁ ବିଦେଶ ମନ୍ତ୍ରାଳୟ ନିଯୁକ୍ତ କଲା ରାଜ୍ୟ ସଂଯୋଜକ

ସମାଜ ପୋର୍ଟାଲ ଡେସ୍କ: କରୋନା ଭାଇରସ ମହାମାରୀ କାରଣରୁ ବିଶ୍ୱର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ହଜାର ହଜାର ଭାରତୀୟଙ୍କ ଫେରିବା ସୁଗମ କରିବା ଉଦ୍ଦେଶ୍ୟରେ ତଥା ବିଭିନ୍ନ ମନ୍ତ୍ରାଳୟ ମଧ୍ୟରେ ସହଯୋଗ ରକ୍ଷା ଦିଗରେ ବିଦେଶ ମନ୍ତ୍ରାଳୟ ରାଜ୍ୟ ସ୍ଥରୀୟ ସଂଯୋଜକ ନିଯୁକ୍ତ କରିଛି। ୧୩ଟି ଦେଶରୁ ପ୍ରାୟ ୧୪ ହଜାର ଭାରତୀୟଙ୍କୁ ଆଣିବା ପାଇଁ ନିଜ ମନ୍ତ୍ରାଳୟର ୧୭ ଜଣ ଅଧିକାରୀଙ୍କୁ ନେଇ ବିଦେଶ ମନ୍ତ୍ରାଳୟ ମନ୍ତ୍ରଣାଳୟ ଏକ ଟିମ୍ ଗଠନ କରିଛି ଏବଂ ସେହି ଟିମର ସଦସ୍ୟମାନେ ବିଭିନ୍ନ ମନ୍ତ୍ରାଳୟ ମଧ୍ୟରେ ସମନ୍ୱୟ ରକ୍ଷା କରିବେ।

ବିଦେଶ ମନ୍ତ୍ରାଳୟ ଆନ୍ଧ୍ରପ୍ରଦେଶ ସଂଯୋଜକ ଭାବେ ହରିଶ ପର୍ଯ୍ୟଥାଣେନି, ବିହାର ପାଇଁ ଆଲୋକ ରଂଜନ ଝା, ଦିଲ୍ଲୀ ଏବଂ ହରିୟାଣା ପାଇଁ ନୀନା ମାଲହୋତ୍ରା, ଗୁଜୁରାଟ ପାଇଁ ଦୀନେଶ ପଟ୍ଟନାୟକ, ଜାମ୍ମୁ କାଶ୍ମୀର ଓ ଲଦାଖ ପାଇଁ ଯୋଗେଶ୍ୱର ସାଙ୍ଗୱାଙ୍କୁ ନିଯୁକ୍ତ କରିଛି। ସେହିଭଳି ଝାଡ଼ଖଣ୍ଡର ସଂଯୋଜକ ଭାବେ ମନୀଷ, କର୍ଣ୍ଣାଟକ ପାଇଁ ନାଗମା ମଲିକ, କେରଳ ପାଇଁ ବିକ୍ରମ ଦୋରାଇସ୍ୱାମୀ, ମହାରାଷ୍ଟ୍ର ପାଇଁ ସୁରେଶ ରେଡ୍ଡୀ, ଓଡିଶା ପାଇଁ ରାହୁଲ ଶ୍ରୀବାସ୍ତବ, ପଞ୍ଜାବ ପାଇଁ ବିରେନ୍ଦର ପଲ, ରାଜସ୍ଥାନ ଏବଂ ଗୋଆ ପାଇଁ ମନୋଜ ଭାରତୀ ନିଯୁକ୍ତ ହୋଇଛନ୍ତି। ସି ରାଜାସେଖରଙ୍କୁ ତାମିଲନାଡୁର ସଂଯୋଜକ, ବି ବାଲା ଭାସ୍କରଙ୍କୁ ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପାଇଁ ଅଖିଳେଶ ମିଶ୍ର, ପଶ୍ଚିମବଙ୍ଗ ପାଇଁ ଅରୁଣ ଚାଟାର୍ଜୀ ଓ ବଳକା ରାଜ୍ୟ ପାଇଁ ରବର୍ଟ ଶେଟକିଣ୍ଟଙ୍ଗଙ୍କୁ ଦାୟିତ୍ୱ ଦିଆଯାଇଛି।

- Advertisement -

ବାହାର ଦେଶରୁ ଭାରତୀୟଙ୍କୁ ଆଣିବା କାର୍ଯ୍ୟ ଆସନ୍ତା କାଲିଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି ଯେଉଁଥିରେ ୧୩ଟି ଅଲଗା ଦେଶରୁ ୧୪ ହଜାର ୮ ସହ ଲୋକଙ୍କୁ ଅଣାଯିବ। ପ୍ରଥମ ଦିନରେ ଭାରତରୁ ବିମାନ ଫିଲିପାଇନ୍ସ, ସିଙ୍ଗାପୁର, ବାଂଲାଦେଶ, ୟୁଏଇ, ବ୍ରିଟେନ, ସାଉଦି ଆରବ, କାତାର, ସିଙ୍ଗାପୁର, ଫିଲିପାଇନ୍ସ, ଆମେରିକା, ଓମାନ, ବହାରେନ ଏବଂ କୁଏତକୁ ଉଡ଼ାଣ କରି ୨୩୦୦ ଭାରତୀୟଙ୍କୁ ସ୍ବଦେଶ ଆଣିବ। ବିମାନରେ ଆସିବା ପୂର୍ବରୁ ଯାତ୍ରୀମାନଙ୍କର ଡାକ୍ତରୀ ସ୍କ୍ରିନିଂ କରାଯିବ ଏବଂ ଆକ୍ରାନ୍ତ ଚିହ୍ନଟ ହେଲେ ଆସିବାକୁ ଦିଆଯିବ ନାହିଁ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସମସ୍ତଙ୍କୁ ଆରୋଗ୍ୟ ସେତୁ ଆପରେ ପଞ୍ଜିକରଣ କରିବାକୁ ପଡିବ ଏବଂ ସମସ୍ତଙ୍କୁ ମେଡିକାଲରେ ସ୍କ୍ରିନିଂ କରାଯିବ ବୋଲି ଏକ ବିବୃତ୍ତିରେ କୁହାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories