www.samajalive.in
Saturday, December 6, 2025
17.1 C
Bhubaneswar

ପ୍ରଥମ ପର୍ଯ୍ୟାୟରେ ଆସିବେ ୧୪୮୦୦ ପ୍ରବାସୀ ଭାରତୀୟ ; ୬୪ଟି ସ୍ବତନ୍ତ୍ର ବିମାନ ବ୍ୟବସ୍ଥା

ନୂଆଦିଲ୍ଲୀ: ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ପ୍ରଥମ ପର୍ଯ୍ୟାୟରେ ୬୪ଟି ସ୍ବତନ୍ତ୍ର ବିମାନରେ ବିଦେଶରେ ଅଟକିଥିବା ପ୍ରବାସୀଙ୍କୁ ଫେରାଇ ଅଣାଯିବ ।

- Advertisement -

ମେ ୭ ତାରିଖରୁ ଏଥିପାଇଁ ବିମାନ ଚଳାଚଳ ଆରମ୍ଭ କରିବ । ପ୍ରବାସୀମାନେ ଫେରି ଆସିବା ପାଇଁ ବିମାନବ୍ୟୟ ନିଜେ ବହନ କରିବେ ।

ମଙ୍ଗଳବାର ହରଦୀପ ସିଂ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଦେଶରେ କେତେ ଭାରତୀୟ ଅଟକି ରହିଛନ୍ତି ସେ ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ । ତଥାପି ଏହି ସଂଖ୍ୟା ଦୁଇ ଲକ୍ଷ ଅତିକ୍ରମ କରିଯାଇପାରେ । ଭାରତକୁ ଫେରି ଆସିବାକୁ ଆଗ୍ରହୀ ପ୍ରବାସୀମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ଲଣ୍ଡନରୁ ଆସିଲେ ୫୦ ହଜାର ଟଙ୍କା ଭଡା ଦେବାକୁ ପଡିବ । ସେହିପରି ସିକାଗୋ କିମ୍ବା ସାନ୍ ଫ୍ରାନସିସ୍କୋରୁ ଫେରିଲେ ୧ ଲକ୍ଷ ଟଙ୍କା ଭଡା ଲାଗିବ । ପ୍ରଥମ ପର୍ଯ୍ୟାୟରେ ୧୪୮୦୦ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ମେ ୭ରୁ ୧୩ ଯାଏଁ ୬୪ ବିମାନ ନିୟୋଜିତ କରାଯିବ । ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହାର ସଂଚାଳନ କରିବ । ବିମାନ ଆରବ, ବ୍ରିଟେନ୍, ଆମେରିକା, କତାର, ସିଙ୍ଗାପୁର, ମାଲେସିଆ, ଫିଲିଫାଇନ୍ସ, ବାଂଲାଦେଶ, ବହରୀନ, କୁଏତ  ଓ ଓମାନରେ ଫସିଥିବା ଭାରତୀୟଙ୍କୁ ଫେରସ୍ତ ଅଣାଯିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories