ଯାଜପୁର ସଙ୍ଗରୋଧ କେନ୍ଦ୍ରରୁ ଫେରାର ଖୋଲିଥିଲେ ଗ୍ୟାରେଜ: ସିଲ କଲା ପୁଲିସ, ଯୁବକ ଗିରଫ

ଯାଜପୁର: ଦଶରଥପୁର ବିରଜାପୁର ଅଞ୍ଚଳରେଥିବା ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇ ଗ୍ୟାରେଜ ଖୋଲିଥିବା ଜଣେ ଯୁବକକୁ ପୁଲିସ ଗିରଫ କରିଛି । ଗ୍ୟାରେଜ ନିକଟରୁ ଆଉ ଦୁଇଟି କୁକୁଡ଼ା ମାଂସ ବିକ୍ରୟ ଦୋକାନ ମଧ୍ୟ ସିଲ୍ କରାଯାଇଛି ।

ସୂଚନାରୁ ଜଣାପଡ଼ିଛି ଯେ ସମ୍ପୃକ୍ତ ଯୁବକଜରକ କରୋନା ସଂକ୍ରମିତ ଦଶରଥପୁର ବ୍ଲକ ବିରଜାପୁର ଅଞ୍ଚଳର ବାସିନ୍ଦା ଓ ସେ ସେଠାରେ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ମାତ୍ର ସଂଗରୋଧ କେନ୍ଦ୍ର ଛାଡ଼ି ସେ ପଳାଇଥିଲେ ଓ ନିଜର ଗ୍ୟାରେଜ୍ ଖୋଲିଥିଲେ। ଏ ସମ୍ପର୍କରେ ପୁଲିସ ସୂଚନା ପାଇବା ପରେ ସମ୍ପୃକ୍ତ ଯୁବକକୁ ଗିରଫ କରିବା ସହ ଗ୍ୟାରେଜକୁ ସିଲ କରିଛି । ଗ୍ୟାରେଜ ନିକଟବର୍ତୀ ଅଞ୍ଚଳ ବିଶୋଧନ କରାଯାଇଛି । ସୂଚନାଯୋଗ୍ୟ ଯେ ଯାଜପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି । ସମଗ୍ର ଜିଲାକୁ ରେଡ଼୍ ଜୋନରେ ରଖାଯାଇଛି । ଏହା ସତ୍ତ୍ବେ କିଛି ଅମାନିଆଙ୍କ ଯୋଗୁଁ ଜିଲାରେ ସଂକ୍ରମଣ ବଢ଼ିବାରେ ଲାଗିଛି ।

Comments are closed.