www.samajalive.in
Sunday, December 7, 2025
18.1 C
Bhubaneswar

ମେ ୨୪ ସୁଦ୍ଧା ଓଡ଼ିଶାରେ କରୋନା ସଂକ୍ରମିତ ସଂଖ୍ୟା ୮୧୩ ଛୁଇଁବ: ଦିଲ୍ଲୀ ଆଇଆଇଟି

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ପରେ ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକ ଚିନ୍ତା ବଢ଼ାଉଛନ୍ତି। ଗତ ୧୪ ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨.୬୬ ଗୁଣ ବୃଦ୍ଧି ପାଇଥିବାବେଳେ ଆସନ୍ତା ୨୪ ତାରିଖ ବେଳକୁ ରାଜ୍ୟରେ ୮୧୩ ସଂକ୍ରମିତ ଚିହ୍ନଟ ହେବେ ବୋଲି ଆକଳନ କରିଛି ଦିଲ୍ଲୀ ଆଇଆଇଟି। ଲକଡାଉନ ସତ୍ବେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ। ଯଦି ସରକାର ଆନ୍ତଃଜିଲା ଯାତାୟାତ ଉପରେ କଟକଣା ଲାଗୁ ନ କରନ୍ତି ତେବେ ଏହି ସଂଖ୍ୟା ୧୦୦୦ରୁ ୧୧୨୧ ପର୍ଯ୍ୟନ୍ତ ଛୁଇଁପାରେ ବୋଲି ଦିଲ୍ଲୀ ଆଇଆଇଟି ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପୂର୍ବରୁ ଆଇଆଇଟି-ଦିଲ୍ଲୀର ଏକ ଗବେଷକ ଟିମ୍‌ଙ୍କ ଦ୍ବାରା କରାଯାଇଥିବା ଆକଳନଠାରୁ ରାଜ୍ୟରେ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ବର୍ତ୍ତମାନର ଆକଳନ ସତ୍ୟ ହେବା ନେଇ ବିଶ୍ଵାସ କରାଯାଉଛି। ଗବେଷକମାନେ ଏକ ପୂର୍ବାନୁମାନ ମଡେଲ(ଏଆଇସିଏସଇଆଇଆର)କୁ ଆଧାର କରି ଏହି ଆକଳନ କରିଛନ୍ତି। ମେ ମାସ ପହିଲା ସୁଦ୍ଧା ଓଡ଼ିଶାରେ ୧୨୧ କରୋନା ସଂକ୍ରମିତ ଚିହ୍ନଟ ହେବେ ବୋଲି ଗବେଷକମାନେ ପୂର୍ବରୁ ଆକଳନ କରିଥିବାବେଳେ ଏହି ସମୟ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଥିଲା। ଏହା ପୂର୍ବରୁ ଏପ୍ରିଲ ୧୬ ସୁଦ୍ଧା ୪୦ ସଂକ୍ରିମତ ଚିହ୍ନଟ ହେବା ନେଇ ଆକଳନ କରାଯାଇଥିଲା। କିନ୍ତୁ ଉପରୋକ୍ତ ସମୟ ଭିତରେ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୬୦ ଛୁଇଁଥିଲା।

- Advertisement -

ଆଇଆଇଟି-ଦିଲ୍ଲୀ ଗବେଷକ ଟିମ୍‌ର ଆକଳନ ସଂଖ୍ୟା ଏବଂ ପ୍ରକୃତ ସଂଖ୍ୟା ମଧ୍ୟରେ ବଡ଼ ବ୍ୟବଧାନ ଥିବାରୁ ମେ ୨୪ ସୁଦ୍ଧା ଓଡ଼ିଶାରେ କରୋନା ରୋଗୀ ସଂଖ୍ୟା ୧୦୦୦ ଛୁଇଁବା ଆଶଙ୍କା କରାଯାଉଛି। ଏହା ସହିତ ଗତ ୧୪ ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩ ଗୁଣା ବୃଦ୍ଧି ପାଇଥିବାବେଳେ ଆରୋଗ୍ୟ ହାର ୨ଗୁଣା ରହିଛି। ଏପ୍ରିଲ ୧୯ରେ ୬୧ ଆକ୍ରାନ୍ତ ଥିବାବେଳେ ମେ ୨ ତାରିଖ ସୁଦ୍ଧା ଏହା ବଢ଼ି ୧୬୦ରେ ପହଞ୍ଚିଥିଲା। ଅନ୍ୟପଟେ ଏହି ସମୟ ମଧ୍ୟରେ ଆରୋଗ୍ୟ ସଂଖ୍ୟା ୨୪ରୁ ୫୬ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଆଇଆଇଟି-ଦିଲ୍ଲୀର ହରଗୁନ୍‌ ସିଂହ ଗ୍ରୋଭର, ରବିନ୍ଦର, ଅମରୀନ ଜାନ୍‌, ସୌରଭ ସିଂହ, ସୁରେଶ ବିଷ୍ଣୋଇ, ପ୍ରଫେସର ଏନ.ଏମ. ଅନୁପ କ୍ରିଷ୍ଣନଙ୍କ ଟିମ୍‌ ପ୍ରଫେସର ହରିପ୍ରସାଦ କୋଦମାନା ଓ ପ୍ରଫେସର ଅମିତ ଶର୍ମାଙ୍କ ସହିତ ମିଶି ଏହି କୋଭିଡ ପୂର୍ବାନୁମାନ ମଡେଲ ବିକଶିତ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories