www.samajalive.in
Wednesday, December 10, 2025
15.1 C
Bhubaneswar

ଭାରତରେ କରୋନା: ୧୩୭୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୨୫୫୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଦିନକୁ ଦିନ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ଦେଶରେ ଏହି ଭୂତାଣୁ ଯୋଗୁ ୧୩୭୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୫୩୩ରେ ପହଞ୍ଚିଥିବାବେଳେ ୧୧ ହଜାର ୭୦୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ୨୯ ହଜାର ୪୫୩ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ତେବେ ଗତ ୨୪ ଘଣ୍ଟାରେ ଦେଶରେ ୨୫୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୨ ଜଣଙ୍କ ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରରେ ସର୍ବାଧିକ ୧୨ ହଜାର ୯୭୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୫୪୮ ଜଣ ପ୍ରାଣ ହରାଇଛନ୍ତି। ଗୁଜରାଟରେ ୫୪୨୮ ଜଣ ଆକ୍ରାନ୍ତ ଓ ୨୯୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ ୪୫୪୯ ଆକ୍ରାନ୍ତ ଓ ୬୪ ମୃତ, ତାମିଲନାଡୁରେ ୩୦୨୩ ଆକ୍ରାନ୍ତ ଓ ୩୦ ମୃତ, ରାଜସ୍ଥାନରେ ୩୦୦୯ ସଂକ୍ରମିତ ଓ ୭୫ ମୃତ, ମଧ୍ୟପ୍ରଦେଶରେ ୨୮୩୭ ଆକ୍ରାନ୍ତ ଓ ୧୫୬ ମୃତ, ଉତ୍ତରପ୍ରଦେଶରେ ୨୬୪୫ ଆକ୍ରାନ୍ତ ଓ ୪୩ ମୃତ, ଆନ୍ଧ୍ରପ୍ରଦେଶରେ ୧୫୮୩ ଆକ୍ରାନ୍ତ ଓ ୩୩ ମୃତ, ପଞ୍ଜାବରେ ୧୧୦୨ ଆକ୍ରାନ୍ତ ଓ ୨୧ ମୃତ ଏବଂ ତେଲେଙ୍ଗାନାରେ ୧୦୮୨ ଆକ୍ରାନ୍ତ ହୋଇଥିବାବେଳେ ୨୯ ଜଣ ପ୍ରାଣ ହରାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories