www.samajalive.in
Saturday, December 6, 2025
26.1 C
Bhubaneswar

ସ୍ପ୍ରିଙ୍ଗ ଫେଷ୍ଟିଭାଲ ଉପରେ ପଡ଼ୁନାହିଁ ‘ଲକ୍ ଡ଼ାଉନ୍’ ପ୍ରଭାବ: ୟୁରୋପ ଓ ଆମେରିକା ଲୋକ ପାଳୁଛନ୍ତି ବସନ୍ତ ଉତ୍ସବ

ରୋମ୍: କରେନା ଭୂତାଣକୁ ପ୍ରତିହତ କରିବା ପାଇଁ ସାରା ବିଶ୍ବରେ ଅନେକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆମେରିକାଠାରୁ ଆରମ୍ଭ କରି ୟୁରୋପ୍‌ ଓ ଏସିଆ ସବୁଠି କରୋନା ଭୂତାଣୁ ଯୋଗୁ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସାରା ବିଶ୍ବ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଚିନ୍ତିତ ଥିବାବେଳେ ଏସବୁ ଦେଶରେ ବସନ୍ତ ଋତୁ ଚାଲିଥିବାରୁ ଲୋକେ ଏହାର ଭରପୁର ମଜା ଉଠାଉଛନ୍ତି। ସେଠାକାର ପ୍ରଶାସନ ପର୍ଯ୍ୟଟନସ୍ଥଳ, ପିକ୍‌ନିକ୍‌ସ୍ପଟ୍‌ ଓ ସମୁଦ୍ର ଉପକୂଳଗୁଡ଼ିକରେ ଉତ୍ସବ ମନାଇବାକୁ କଟକଣା ଜାରି କରିଥିଲେ ମଧ୍ୟ ଅନେକ ଏହାକୁ ଖାତିର କରୁନାହାନ୍ତି। ବସନ୍ତ ଋତୁ ମନାଇବା ପାଇଁ ସେମାନେ ଉତ୍ସବ ପାଳନ କରୁଛନ୍ତି । ଜନସାଧାରଣଙ୍କ ରୁଚି ଓ ଆଗ୍ରହକୁ ମଧ୍ୟ ସ୍ଥାନୀୟ ପ୍ରଶାସନ ସମର୍ଥନ କରୁଛନ୍ତି । କେତେକ କ୍ଷେତ୍ରରେ ନିୟମ କଡ଼ାକଡ଼ି ପାଳନ ବଦଳରେ କୋହଳ କରୁଥିବା ଦେଖିବାକୁ ମିଳୁଛି । ଆଉ କିଛି ଜାଗାରେ ସାମାଜିକ ଦୂରତା ବଜାୟ ରଖି ବସନ୍ତ ଋତୁ ମନାଇବାକୁ ପରାମର୍ଶ ଦିଆଯାଇଛି।

ବସନ୍ତ ଋତୁ ଉତ୍ସବ ପାଳନ କରିବାକୁ  ଯାଇ ଆଫଗାନିସ୍ଥାନର ତୃତୀୟ କରୋନା ପଜିଟିଭ୍‌ ସଂସ୍ପର୍ଶରେ ଆସି କାବୁଲ୍‌ ସହରରେ ୫୦୦ ​ଲୋକ ସଂକ୍ରମିତ ହୋଇଥିଲେ । ସେହିପରି ଚୀନର କେତେକ ପର୍ଯ୍ୟଟନସ୍ଥଳ ଘରୋଇ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିଲା ଏବଂ ଦେଶରେ ଏଥିପାଇଁ ପାଞ୍ଚଦିନ ଛୁଟି ଘୋଷଣା କରାଯାଇଥିବାବେଳେ ଲକ୍‌ଡାଉନ୍‌ ନିୟମ କୋହଳ ରହିଥିଲା । ପ୍ରଥମ ଦୁଇଦିନରେ ବେଜିଂ ପାର୍କକୁ ୧.୭ ନିୟୁତ‌ ପର୍ଯ୍ୟଟକ ପରିଦର୍ଶନ କରିଥିଲେ।। ତେବେ ୩୦ ପ୍ରତିଶତ ପର୍ଯ୍ୟଟକମାନେ ପର୍ଯ୍ୟଟକସ୍ଥଳଗୁଡ଼ିକରେ ସାମାଜିକ ଦୂରତା ଅବଲମ୍ବନ କରିଥିବା ଚୀନ ଗଣମାଧ୍ୟମ ସୂଚନା ଦେଇଛି।

- Advertisement -

ସୋମବାରଠାରୁ ଇଟାଲିରେ ପାର୍କ ଏବଂ ଉଦ୍ୟାନ‌ ଖୋଲାଯାଇଛି। ସାରା ଦେଶରେ ଲୋକେ ଷ୍ଟ୍ରଲିଂ, ଜାଗିଂ ଓ ବାଇକ୍‌ ରାଇଡିଂ ପାଇଁ ଅନୁମତି ଦିଆଯାଇଛି। ଲୋକେ ରାସ୍ତାରେ ଚାଲିବା ସହିତ ଖୁସିଗପ କରିବା ଦେଖିବାକୁ ମିଳୁଛି।ରୋମ୍‌ରେ ଲୋକେ ମାସ୍କ ପିନ୍ଧି ନିଜର ସାଙ୍ଗସାଥୀ, ପ୍ରିୟଜନ ଓ ପଡ଼ୋଶୀଙ୍କ ସହିତ ଭୋଜିଭାତ ଓ ମଉଜ ମଜ୍‌ଲିସ୍ କରୁଥିବା ଦେଖିବାକୁ ମିଳୁଛି। ତେବେ ବ୍ରିଟେନ୍‌, ଇଟାଲି, ସ୍ପେନ୍‌ ଆଦିରେ ପିକ୍‌ନିକ୍‌ ପାଇଁ ଅନୁମତି ଦିଆଯାଇନାହିଁ। କିନ୍ତୁ ଏସବୁ ଦେଶର ଲୋକେ ନିଜ ଢଙ୍ଗରେ ବସନ୍ତ ଋତୁ ପାଳନ କରୁଛନ୍ତି।

ସ୍ପେନ୍‌ରେ ମାସ୍କ ବ୍ୟବହାର କରି ସମୁଦ୍ରକୂଳ ଯିବା ପାଇଁ ଲୋକଙ୍କୁ କୁହାଯାଇଛି। ନ୍ୟୁ ନ୍ୟୁୟର୍କ ସିଟିର ସେଣ୍ଟ୍ରାଲ୍‌ ପାର୍କ ଜଗିଂ କରିବା ପାଇଁ ଅନୁମତି ଦିଆଯାଇଛି। ସେଠାକାର ଲୋକେ ଜାଜ୍‌ ଓ ଫକ୍‌ ମ୍ୟୁଜିକ୍‌ ତାଳେ ତାଳେ ବସନ୍ତ ଉତ୍ସବ ମନାଉଛନ୍ତି। ସେହିପରି ଋଷିଆ, ମସ୍କୋ, ଫ୍ରାନ୍ସ ଆଦି ଦେଶରେ ସମାଜ ଢଙ୍ଗରେ ବସନ୍ତ ଉତ୍ସବ ପାଳନ କରୁଥିବା ଜଣାପଡ଼ିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories