www.samajalive.in
Wednesday, December 10, 2025
23.1 C
Bhubaneswar

ଯାଜପୁରରୁ ପୁଣି ଦୁଇ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୧୪୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଯାଜପୁର : ଯାଜପୁରରେ ଚିହ୍ନଟ ହେଲେ ପୁଣି ୨ ଜଣ କରୋନା ପଜିଟିଭ୍। ଏହାସହ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୩୮କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୧୪୭ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଦିଆଯାଇଥିବା ସୂଚନା ଆଧାରରେ ବୀରରାଜପୁରର ଜଣେ ୫୫ ବର୍ଷୀୟ ପୁରୁଷ କରୋନା ପଜିଟିଭ୍ ଜଣାପଡ଼ିଛନ୍ତି। ନିକଟରେ ସେ କୋଲକାତାରୁ ଫେରିଥିବା ସୂଚନା ରହିଛି। ସେହିଭଳି କଟିକଟା ଅଞ୍ଚଳରୁ ଆଉ ଜଣେ ୭୫ବର୍ଷୀୟ ମହିଳା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ କୋଲକାତା ଫେରନ୍ତାଙ୍କ ସହ ସଂସ୍ପର୍ଶରେ ଆସିଥିବାରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇ ଜଣଯାକ ପଜିଟିଭ୍ କଣ୍ଟେନମେଣ୍ଟ୍ ଜୋନ୍ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ଏଥିସହ କେବଳ ଯାଜପୁର ଜିଲ୍ଲାରେ ୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୧୦୫ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ଯାଜପୁର ଜିଲ୍ଲାରେ ସର୍ବାଧିକ ୩୭ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଗୁରୁବାର ଗୋଟିଏ ଦିନରେ ଯାଜପୁର ଜିଲ୍ଲାରୁ ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। କଟିକଟା କଣ୍ଟେନମେଣ୍ଟ୍ ଜୋନରୁ ଏକାଥରକେ ଏତେସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ଚର୍ଚ୍ଚାର କାରଣ ପାଲଟିଥିଲା। ଏହାପରେ ଆଜି ପୁଣିଥରେ ଯାଜପୁରରେ ପଜିଟିଭ୍ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି।

- Advertisement -

ସୂଚନାଯୋଗ୍ୟ ରାଜ୍ୟରେ ଆଜି ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମନଙ୍କ ମଧ୍ୟରେ ୨ ଜଣ ଯାଜପୁର, ଜଣେ ବାଲେଶ୍ୱରର ଥିବା ବେଳେ ୨ଜଣ ବଲାଙ୍ଗୀର ଜିଲାର ରହିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଞ୍ଚିଛି। ସେଥିରୁ ୧୦୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୧ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories