www.samajalive.in
Wednesday, December 10, 2025
16.1 C
Bhubaneswar

ବଲାଙ୍ଗୀରରୁ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ – ୧୪୫ରେ ପହଞ୍ଚିଲା ପଜିଟିଭ

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୧୪୫ରେ ପହଂଚିଛି। ଗତ ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ୧୪୨ ଥିବା ବେଳେ ଆଜି ବାଲେଶ୍ୱରର ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତି ଓ ବଲାଙ୍ଗୀର ଜିଲ୍ଲାର ୨୨ ଓ ୧୮ ବର୍ଷୀୟ ଯୁବକ ଏଥିରେ ଆକ୍ରାନ୍ତ ହୋଇଥିବା ସ୍ୱାବ ପରୀକ୍ଷା ରିପୋର୍ଟରୁ ଜଣାପଡିଛି। ବାଲେଶ୍ୱର ଆକ୍ରାନ୍ତ ଜଣକ କୋଲକାତା ଫେରନ୍ତା ହୋଇଥିବା ବେଳେ ବଲାଙ୍ଗୀର ଆକ୍ରାନ୍ତ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି। ତେଣୁ ଏବେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ ହୋଇଛି।

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ୪୭ ଜଣ, ଯାଜପୁରରେ ୩୬, ଭଦ୍ରକରେ ୧୯, ବାଲେଶ୍ୱରରେ ୨୦, ସୁନ୍ଦରଗଡ଼ରେ ୧୦, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ ବଲାଙ୍ଗୀରି ଜିଲ୍ଲାରେ ୨ ଜଣ ଲେଖାଏଁ, ଢେଙ୍କାନାଳ, ପୁରୀ, କଟକ, କୋରାପୁଟ, ଦେବଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ହୋଇଥିବା ୩୪ ହଜାର ୧୩୩ଟି ନମୁନା ପରୀକ୍ଷାରୁ ୧୪୫ଟି ରିପୋର୍ଟ ପଜିଟିଭ ଆସିଛି। ସେମାନଙ୍କ ମଧ୍ୟରୁ ୪୧ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୧୦୩ ଜଣଙ୍କ ଚିକିତ୍ସା ଚାଲିଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories