www.samajalive.in
Sunday, December 14, 2025
16.1 C
Bhubaneswar

ଡ଼ିଏଭି ପବ୍ଲିକ ସ୍କୁଲ ପକ୍ଷରୁ ମାସ୍କ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ

ବଲାଣି : କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ଏଥିରୁ ଆମ ଦେଶ ଓ ରାଜ୍ୟ ମଧ୍ୟ ବାଦ ପଡ଼ିନାହିଁ । ଏପରି ସ୍ଥିତିରେ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ଆଦିମ ଅଧିବାସୀଙ୍କୁ ସଚେତନ କରିବା ସମସ୍ତଙ୍କ କର୍ତ୍ତବ୍ୟ । ଡ଼ିଏଭି ସଂସ୍ଥା ସର୍ବଦା ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରିବାରେ ପରିଚିତ । ଏହି ଧାରାକୁ ବଜାୟ ରଖି କେନ୍ଦୁଝର ଜିଲ୍ଲା ବଲାଣି ଲୌହ ଖଣି ଦ୍ୱାରା ପରିଚାଳିତ ଶୈକ୍ଷିକ ଅନୁଷ୍ଠାନ ଡ଼ିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ କାର୍ତିକ ଚନ୍ଦ୍ର ଦାଶଙ୍କ ନିର୍ଦେଶକ୍ରମେ ବିଦ୍ୟାଳୟ ପକ୍ଷରୁ ବାଲାଗୋଡା ପଂଚାୟତ ଅନ୍ତର୍ଗତ ନିମତୁର ଓ ଟାଟିବା ଗ୍ରାମରେ ବିଦ୍ୟାଳୟର ଶିକ୍ଷକ ମାନଙ୍କ ଦ୍ୱାରା ଘରକୁ ଘର ବୁଲି କରୋନା ଭୂତାଣୁକୁ କେଉଁ କେଉଁ ଉପାୟରେ ପ୍ରତିହତ କରି ହେବ ସେ ନେଇ ସଚେତନ କରାଇଥିଲେ । ଏହା ବ୍ୟତୀତ ବିଦ୍ୟାଳୟ ପକ୍ଷରୁ ଗ୍ରାମର ଲୋକମାନଙ୍କ ମଧ୍ୟରେ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟାଯାଇଥିଲା । ଏପରି ସଚେତନତା କାର୍ୟ୍ୟକ୍ରମ ଆଗାମୀ ଦିନରେ ଜାରି ରହିବା ସହିତ ଗ୍ରାମାଞ୍ଚଳ ତଥା ବସ୍ତି ଅଂଚଳରେ ବିଦ୍ୟାକୟ ପକ୍ଷରୁ ଯଥା ସମ୍ଭବ ସହାୟତା ପ୍ରଦାନ କରାଯିବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories