www.samajalive.in
Saturday, December 13, 2025
21.1 C
Bhubaneswar

ମେ’ ୩ରେ ସରିବ ଲକ୍‍ଡାଉନ୍‍, ୪ରୁ ଲାଗୁ ହେବ ନୂଆ ନିୟମାବଳୀ

ସମାଜ ପୋର୍ଟାଲ ଡେସ୍କ: କରୋନା ମହାମାରୀ ମୁକାବିଲା ପାଇଁ ଆସନ୍ତା ମେ ୪ ତାରିଖରୁ ଦେଶରେ ନୂଆ ନିୟମାବଳୀ କାର୍ଯ୍ୟକାରୀ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି, ମେ ୩ ତାରିଖରେ ଲକ୍‍ଡାଉନ୍‍ ଉଠିବା ପରେ ଏହି ନିୟମାବଳୀ କାର୍ଯ୍ୟକାରୀ ହେବ। ତେବେ ନିୟମାବଳୀର ସବିଶେଷ ତଥ୍ୟ ଆଗାମୀ ଦିନରେ ଜାରି କରାଯିବ। ଲକ୍‍ଡାଉନ୍‍ ଯୋଗୁଁ ଦେଶରେ କରୋନା ସଂକ୍ରମଣକୁ ବହୁମାତ୍ରାରେ ନିୟନ୍ତ୍ରଣ କରାଯାଇପାରିଛି ବୋଲି ମୁଖପାତ୍ର ଜଣକ ସୂଚନା ଦେଇଛନ୍ତି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସମସ୍ତେ ଲକଡାଉନ ନିୟମ ମାନିବାକୁ କୁହାଯାଇଛି। ୪ ତାରିଖରୁ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯିବ ଓ ଏଥିରେ କେତେକ ରାଜ୍ୟରେ କଟକଣା କୋହଳ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି।

ଇତି ମଧ୍ୟରେ କେନ୍ଦ୍ର ସରକାର ବିଭିନ୍ନ୍‍ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ତଥା ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଲୋକଙ୍କର ସହଜରେ ଯିବାଆସିବା ସୁବିଧା ଯୋଗାଇଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ ପ୍ରବାସୀମାନେ ରହୁଥିବା ରାଜ୍ୟ ଓ ନିଜ ଅଞ୍ଚଳରେ ପହଞ୍ଚିବା ପରେ ଉଭୟ ସ୍ଥାନରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ପହଞ୍ଚିବା ପରେ ସେମାନଙ୍କୁ ଘରେ କିମ୍ବା ସଙ୍ଗରୋଧ କେନ୍ଦ୍ରରେ ଏକାନ୍ତରେ ରହିବାକୁ ପଡିବ। ଅଟକି ରହିଥିବା ବ୍ୟକ୍ତିମାନଙ୍କୁ ନିଜ ରାଜ୍ୟରେ ପହଞ୍ଚିବା ପରେ ସେମାନଙ୍କୁ ନିଜ ନିଜ ସ୍ଥାନକୁ ପଠାଇବା ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରିବା ଏବଂ ସାଧାରଣ ନିୟମାବଳୀ ଲାଗୁ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନୋଡାଲ ଅଧିକାରୀମାନେ ମଧ୍ୟ ପହଞ୍ଚୁଥିବା ଲୋକମାନଙ୍କର ପଞ୍ଜିକରଣ କରିବେ।

- Advertisement -

ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ଯେଉଁମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯିବ ନାହିଁ କେବଳ ସେହିମାନଙ୍କୁ ହିଁ ଯିବାପାଇଁ ଅନୁମତି ଦିଆଯିବ। ବସ୍‍ ମାଧ୍ୟମରେ ଏମାନଙ୍କର ନେବାଆଣିବା କରିବାକୁ କୁହାଯାଇଛି। ବସ୍‍ଗୁଡ଼ିକୁ ଭଲଭାବେ ବିଶୋଧିକରଣ କରାଯିବ ଓ ବସ୍‍ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତାରେ ପଡ଼ୁଥିବା ଅନ୍ୟ ରାଜ୍ୟଗୁଡ଼ିକ ଏହିସବୁ ଗାଡ଼ିଗୁଡ଼ିକୁ ଯିବାଆସିବା ପାଇଁ ଅନୁମତି ଦେବାକୁ କୁହାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories