www.samajalive.in
Friday, December 12, 2025
16.1 C
Bhubaneswar

ଆରପାରିରେ ବଲିଉଡର ବର୍ଷିଆନ ଅଭିନେତା ଋଷି କାପୁର

ସମାଜ ପୋର୍ଟାଲ ଡେସ୍କ: ବଲିଉଡ ଜଗତର ବର୍ଷିଆନ ଅଭିନେତା ଋଷି କାପୁରଙ୍କର ୬୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଗତକାଲି ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ବଲିଉଡ ସ୍ତବ୍ଧ ହୋଇ ପଡିଛି। ଗତକାଲି ବଲିଉଡ ଅଭିନେତା ଇରଫାନ ଖାନଙ୍କ ପରଲୋକରେ ଶୋକାକୁଳ ବଲିଉଡ ପାଇଁ ଋଷିଙ୍କ ପରଲୋକ ଭାରତୀୟ ଚଳଚ୍ଚିତ୍ର ପ୍ରେମୀଙ୍କୁ ମର୍ମାହତ କରିଛି।

ଋଷିଙ୍କ ଦେହାନ୍ତ ଖବର ଶୁଣିବା ପରେ ଅଭିନେତା ଅମିତାଭ ବଚ୍ଚନ ଟ୍ୱିଟ କରି କହିଛନ୍ତି, ‘ଋଷି କାପୁର … ଚାଲିଗଲେ … ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଛି … ମୁଁ ଦୁଃଖରେ ଭାଙ୍ଗି ପଡିଛି।’

- Advertisement -

୨୦୧୮ ମସିହାରେ ଋଷି କାପୁର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ଓ ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇଥିଲେ। ସେ ସେଠାରେ ତାଙ୍କ ପତ୍ନୀ ଅଭିନେତ୍ରୀ ନୀତୁ କାପୁରଙ୍କ ସହ ପ୍ରାୟ ଏକ ବର୍ଷ ଚିକିତ୍ସାରେ ରହି ୨୦୧୯ ସେପ୍ଟେମ୍ବରରେ ମୁମ୍ବାଇ ଫେରିଥିଲେ। କିମ୍ବଦନ୍ତୀ ଅଭିନେତା ରାଜ କାପୁର ଏବଂ କୃଷ୍ଣା କାପୁରଙ୍କ ପୁଅ ଥିଲେ ଋଷି କାପୁର। ମାତ୍ର ୩ ବର୍ଷ ବୟସରେ ସେ ‘ଶ୍ରୀ ୪୨୦’ ଚଳଚ୍ଚିତ୍ରରେ ପ୍ରଥମ ଅଭିନୟ କରିଥିଲେ। ରାଜ କାପୁର ନିର୍ଦ୍ଦେଶିତ ମେରା ନାମ ଜୋକରରେ ଋଷି ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରି ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ଓ ପରେ ବହୁ ଲୋକପ୍ରିୟ ଚଳଚ୍ଚିତ୍ର ‘ବବି’ରେ ଅଭିନେତ୍ରୀ ଡିମ୍ପଲଙ୍କ ସହ ତାଙ୍କର ଯାଦୁକରୀ ଅଭିନୟ ପାଇଁ ସେ ସମସ୍ତଙ୍କର ପ୍ରିୟ ଅଭିନେତା ପାଲଟି ଯାଇଥିଲେ। ୧୯୭୩ ମସିହାର ଏହି ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ ‘ହମ ତୁମ ଇକ କମରେ ମେ ବନ୍ଦ ହୋ ଔର ଚାବି ଖୋ ଯାଏ’ ଏବେ ମଧ୍ୟ ଋଷିଙ୍କ ଅଭିନୟ ମନେ ପକାଇଦିଏ।

୧୯୭୦ରୁ ୧୯୯୦ ଦଶକ ମଧ୍ୟରେ ଋଷି କାପୁର ଅମର ଆକବର ଆନ୍ଥୋନୀ, କୁଲି, କର୍ଜ ଏବଂ ଚାନ୍ଦନୀ ଭଳି ସୁପର ଡୁପର ହିଟ ଚଳଚ୍ଚିତ୍ରରେ ନିଜର ଅଭିନୟର ଦକ୍ଷତା ପ୍ରତିପାଦନ କରିଥିଲେ ଓ ପରବର୍ତ୍ତୀ ସମୟରେ ସେ ହମ୍ ତୁମ୍, ଅଗ୍ନିପଥ୍ ଏବଂ କପୁର ଆଣ୍ଡ ସନ୍ସ ଭଳି ଚଳଚ୍ଚିତ୍ରରେ ଚରିତ୍ର ଭୂମିକାରେ ମଧ୍ୟ ଦର୍ଶକଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। ତାଙ୍କୁ ଶେଷ ଥର ପାଇଁ ନେଟଫ୍ଲିକ୍ସ ୱେବ ସିରିଜରେ ଇମ୍ରାନ ହାଶମିଙ୍କ ସହ ଚଳଚ୍ଚିତ୍ର ‘ଦ ବଡି’ରେ ଦେଖିବାକୁ ମିଳିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories