www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ କଲମପୁର ବ୍ଲକ ମହିଳା ମହାସଂଘ

କଲମପୁର : ମହାମାରୀ କରୋନା ଯୁଦ୍ଧ ସମଗ୍ର ଦେଶରେ ଜାରି ରହିଛି। ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ନେଇ ଆଶଙ୍କା ଦେଖା ଦେଇଛି। ସମଗ୍ର ବିଶ୍ୱରେ ଏହାର ପ୍ରତିରୋଧ ପାଇଁ ଅହରହ ପ୍ରୟାସ ଚାଲିଛି। କିନ୍ତୁ ମିଳୁନାହିଁ ସମାଧାନର ରାସ୍ତା। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଜନତା କର୍ଫ୍ୟୁ ଡାକରା ଦେଇଥିଲେ। ଦିନକ ପାଇଁ ଲୋକେ ଘରୁ ବାହାରକୁ ବାହାରି ନଥିଲେ। ପରବର୍ତ୍ତି ସମୟରେ ୨୧ଦିନ ପୁଣି ୧୮ଦିନ ସର୍ବମୋଟ ୩୭ ଦିନ ଲକ ଡାଉନ (ତାଲାବନ୍ଦ) ଡାକରା ଦେଇଛନ୍ତି। ଲୋକେ ଘରେ ରହି ସାମାଜିକ ଦୂରତ୍ୱ ଅବଲମ୍ବନ କଲେ କରୋନା ଭୂତାଣୁ ସଂକ୍ରମଣରୁ ଜନ ସମାଜ ସୁରକ୍ଷିତ ରହି ପାରିବ। ଏଥିପାଇଁ ଲୋକଙ୍କୁ ରିତିମତ ସଚେତନତା କରାଯିବା ସହ ପୁଲିସ ପ୍ରଶାସନ ସଜାଗ ରହି ପଦକ୍ଷେପ ନେଉଛନ୍ତି। ଏହାସହ ସ୍ୱାସ୍ଥ୍ୟଗତ ସମସ୍ୟା ଓ କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ରିତିମତ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସେବା ଯୋଗାଇ ଚାଲିଛନ୍ତି। ସେହିଭଳି ବ୍ଲକ ପ୍ରଶାସନ ତହସିଲଦାର ପ୍ରମୁଖ ଅଧିକାରୀ ଜନ ସଚେତନତା କାର୍ଯ୍ୟରେ ନିଜ ନିଜ ପରିବାର ଠାରୁ ଦୂରରେ ରହି ଲୋକଙ୍କ ସେବା ଯୋଗାଇ ଜନ ଜୀବନ ସୁରକ୍ଷାରେ ନିୟୋଜିତ ହେଇଛନ୍ତି।

ସେହିଭଳି ଗଣମାଧ୍ୟମ ପ୍ରତିନିଧି ମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଇ ଲୋକଙ୍କ ସମସ୍ୟା ଓ କରୋନା ରୋଗ ସମ୍ବନ୍ଧିତ ଖବର ପହଞ୍ଚାଇ ଜନ ସଚେତନତା କରି ଚାଲିଛନ୍ତି। ସେମାନଙ୍କ ଏହି ମହାନ୍ କାର୍ଯ୍ୟ ଯୋଗୁଁ ଆଜି ଜନ ଜୀବନ ସୁରକ୍ଷିତ। ଏହି କାରଣରୁ କଲମପୁର ସ୍ଥିତ ନିର୍ମାଲ୍ୟକ୍ଷେତ୍ର ସମ୍ମୁଖରେ ବ୍ଲକ ମହିଳା ମହାସଂଘର ସଭାନେତ୍ରୀ ଦୀପ୍ତିମୟୀ ଆଚାର୍ଯ୍ୟ, ସମ୍ପାଦିକା ସୁକାନ୍ତି ନାଏକ ଓ ଅନ୍ୟାନ୍ୟ ସଭ୍ୟାମାନେ ଉପସ୍ଥିତ ରହି ସୁରକ୍ଷା ବଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିଭଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କଲମପୁର ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର ଶିବାଶିଷ ସ୍ୱାଇଁ, ଡାକ୍ତର ସମ୍ବିତ କୁମାର ମହାନ୍ତି, ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି, ଡାକ୍ତର ଅମିୟ ଜଗଦଲା, ମଙ୍ଗୁଳି ସାହୁ, କଲିତା ମିଞ୍ଜ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଜୟରାମ ମୁର୍ମୁ, ଡେଭିଡ ଟପୋ ଓ ଗିରିଧାରୀ ବେହେରା ପ୍ରମୁଖଙ୍କୁ ମହିଳା ମହାସଂଘର ସଭ୍ୟାମାନେ ପ୍ରଥମେ ସାନିଟାଇଜର ଦେଇ ହାତ ସଫା କରାଇବା ପରେ ଫୁଲ ତୋଡା ଦେଇ ସମ୍ମାନିତ କରିଥିଲେ। ସେହିଭଳି କରୋନା ଭୂତାଣୁ ସଂକ୍ରମଣରେ ରାତି ଦିନ ଲୋକଙ୍କ ସେବା ପାଇଁ ନିୟୋଜିତ ଥିବା ବ୍ଲକ ପ୍ରଶାସନର ମୁଖ୍ୟ ବି.ଡି.ଓ ହେମ ସାଗର ଭୋଇ,  ଶିଶୁ ବିକାଶ ଅଧିକାରୀ ନିୟତୀ ବାଳା ସୋରେନ ସମେତ କଲମପୁର ଅଂଚଳରେ କର୍ତ୍ତବ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ମହିଳା ମହା ସଂଘ ତରଫରୁ ସମ୍ମାନିତ କରାଯାଇଥିଲା। ଜୟପାଟଣା ଥାନା ଅଧିକାରୀ ରଶ୍ମିତା ପ୍ରଧାନ, ଡାକ୍ତର ଶିବାଶିଷ ସ୍ୱାଇଁ, ବି.ଡି.ଓ ହେମସାଗର ଭୋଇ ଓ ମହିଳା ଓ ଶିଶୁ ବିକାଶ ଅଧିକାରୀ ନିୟତୀ ବାଳା ସୋରେନ ଅଂଚଳବାସୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଏହାସହ ରାଜ୍ୟ ବାହାରରୁ ଆସୁଥିବା ଶ୍ରମିକ ଓ ଅନ୍ୟ ବ୍ୟକ୍ତି ବିଶେଷ ଯେମିତି ନିଜ ନିଜ ନାମ ପଞ୍ଚାୟତ ମାଧ୍ୟମରେ ପଞ୍ଜିକରଣ କରାଇବେ ସେଥିପ୍ରତି ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories