www.samajalive.in
Sunday, December 7, 2025
13.1 C
Bhubaneswar

ମେଘାଳୟ: ମନ୍ତ୍ରୀ- ଅଧିକାରୀଙ୍କ ଦରମା ସ୍ଥଗିତ

ଶିଲଂ:  ମେଘାଳୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି।  ରାଜ୍ୟ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଦସ୍ୟ, ବରିଷ୍ଠ ଅଧିକାରୀ ଏବଂ ପ୍ରାୟ ୮୦ ହଜାର ସରକାରୀ କର୍ମଚାରୀଙ୍କ ବେତନର ଏକ ଅଂଶକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମା ଓ ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ସମତେ ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସର ସମସ୍ତ ପଦବୀରେ ଥିବା ଅଧିକାରୀଙ୍କ ବେତନ ବିଳମ୍ବରେ ଦିଆଯିବ ଏବଂ ଏହାର ଏକ ଅଂଶକୁ ସ୍ଥଗିତ ରଖାଯିବ ବୋଲି ମୁଖ୍ୟ ଶାସନ ସଚିବ ଏମଏସ୍ ରାଓ ମଙ୍ଗଳବାର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି । ଏହା ସହ ରାଜ୍ୟରେ ପ୍ରତିନିଯୁକ୍ତି ପାଇଥିବା ଅଖିଳ ଭାରତୀୟ ସେବା ଅଧିକାରୀଙ୍କ ବେତନର ଏକ ଅଂଶ ମଧ୍ୟ ସ୍ଥଗିତ ରଖାଯିବ। ମହାମାରୀ କରୋନାକୁ ଦୃଷ୍ଟିରେ ରଖାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏଥିସହ ଲକଡାଉନ ପ୍ରଭାବରେ ଜାତୀୟ ତଥା ରାଜ୍ୟ ଅର୍ଥନୀତି ମନ୍ଥର ହୋଇପାରେ ବୋଲି ମୁଖ୍ୟ ସଚିବ କହିଛନ୍ତି। ତେଣୁ ଏହି ନିଷ୍ପତ୍ତି ଦ୍ବାରା ଖର୍ଚ୍ଚ ନିୟନ୍ତ୍ରଣ ଏବଂ ନଗଦ ପରିଚାଳନା ପ୍ରଣାଳୀକୁ ନିୟନ୍ତ୍ରଣରେ ରଖାଯାଇପାରିବ । ଯାହା ଦ୍ବାରା ମହାମାରୀ କରୋନା ଭଳି ଭୟଙ୍କର ପରିସ୍ଥିତିର ମୁକାବିଲା କରାଯାଇପାରିବ ବୋଲି ଶ୍ରୀ ରାଓ କହିଛନ୍ତି।

- Advertisement -

ଏପ୍ରିଲ ମାସରେ ବେତନ ମେ ମାସରେ ଏବଂ ମେ ମାସର ବେତନ ଜୁନ୍ ମାସରେ ଦିଆଯିବ ବୋଲି ରାଓ କହିଛନ୍ତି । ଗ୍ରୁପ୍ ଏ ଏବଂ ବି ଅଧିକାରୀଙ୍କ ମୋଟ ବେତନରେ ୩୫ ପ୍ରତିଶତ ଓ ଗ୍ରୁପ୍ ସି କର୍ମଚାରୀଙ୍କ ବେତନର ୨୫ ପ୍ରତିଶତ ସ୍ଥଗିତ ରଖାଯିବ। କିନ୍ତୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀ ଓ କର୍ମଚାରୀ, ପୁଲିସ, ନାଗରିକ ସୁରକ୍ଷା ଅଧିକାରୀ ଓ ହୋମଗାର୍ଡଙ୍କ ବେତନ ସ୍ଥଗିତ ରଖାଯିବ ନାହିଁ। ଗ୍ରୁପ୍ ଡି କର୍ମଚାରୀଙ୍କ ଦରମା ଏବଂ ପେନସନ୍ ପ୍ରଦାନରେ କୌଣସି ବିଳମ୍ବ ହେବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ମେଘାଳୟରେ ଏପର୍ଯ୍ୟନ୍ତ ମହାମାରୀ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଟି ସଂକ୍ରମିତ ମାମଲା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories