www.samajalive.in
Wednesday, December 10, 2025
23.1 C
Bhubaneswar

ଦଶମ ଓ ଦ୍ବାଦଶ ଶ୍ରେଣୀ ଖାତା ମୂଲ୍ୟାୟନ ପାଇଁ ରାଜ୍ୟକୁ କେନ୍ଦ୍ରର ନିର୍ଦେଶ

ନୂଆଦିଲ୍ଲୀ : କରୋନା ଜନିତ କାରଣରୁ ବିଭିନ୍ନ ରାଜ୍ୟ ବୋର୍ଡ ପରୀକ୍ଷା ସମେତ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଖାତା ମୂଲ୍ୟାଙ୍କନ ହୋଇନଥିବା ବେଳେ ଏବେ ଏହାକୁ ଆରମ୍ଭ କରିବାକୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ରାଜ୍ୟକୁ ନିର୍ଦେଶ ଦେଇଛି। ମାତ୍ର ବାକି ରହିଯାଇଥିବା ପରୀକ୍ଷା ସମ୍ପର୍କରେ କିଛି ନିର୍ଦେଶ ଦିଆଯାଇ ନାହିଁ।

ଦେଶରେ କରୋନା ସଂକ୍ରମଣକୁ ଦେଖି ଲକଡାଉନ ଘୋଷଣା କରାଯାଇଛି। ଏହାଦ୍ବାରା ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ଶିକ୍ଷା କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି। ଦଶମ ଓ ଦ୍ବାଦଶ ଶ୍ରେଣୀର କିଛି ବିଷୟ ପରୀକ୍ଷା ହୋଇଥିବା ବେଳେ ଆଉ କିଛି ବାକି ରହିଛି। କିନ୍ତୁ ଖାତା ମୂଲ୍ୟାୟନ ହୋଇ ନଥିବାରୁ ପରୀକ୍ଷା ଫଳ ପ୍ରକାଶନ ଓ ପରବର୍ତୀ ଶିକ୍ଷାକୁ ନେଇ ପିଲାଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଲକଡାଉନ କଟକଣା କିଛି କ୍ଷେତ୍ରପାଇଁ କୋହଳ କରାଯାଇଥିବା ବେଳେ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ରାଜ୍ୟ ପକ୍ଷରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିଲା।  ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କ ସହ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଭିଡିଓ କନଫରେନସିଂରେ ଆଲୋଚନା କରିବା ପରେ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ରାଜ୍ୟକୁ ଅନୁମତି ଦେଇଛନ୍ତି। ରାଜ୍ୟ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାଙ୍କନ ସହ ସିବିଏସଇ ପରୀକ୍ଷା ଖାତା ମୂଲ୍ୟାଙ୍କନରେ ସହଯୋଗ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଲକଡାଉନ ଉଠିବା ପରେ ବାକି ଥିବା ବିଷୟରେ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଅନେକ ରାଜ୍ୟରେ ବୋର୍ଡ ପରୀକ୍ଷାରେ ମାତ୍ର କିଛି ବିଷୟ ବାକି ରହିଥିବା ବେଳେ ସିବିଏସଇର ଅଧିକ ବିଷୟ ପରୀକ୍ଷା ପାଇଁ ବାକି ରହିଛି। ଦିଲ୍ଲୀରେ ୧୨ଟି ବିଷୟ ପରୀକ୍ଷା ପାଇଁ ବାକି ଥିବା ବେଳେ ଏସବୁ ପରୀକ୍ଷା କରିବା ସମ୍ଭବ ହେବନାହିଁ ବୋଲି ଦିଲ୍ଲୀ ସରକାରଙ୍କ ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି। ଆନ୍ତଃ ପରୀକ୍ଷାକୁ ଅଧାର କରି ପିଲାଙ୍କୁ ପଦୋନ୍ନତି ଦେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।

- Advertisement -

 

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories