www.samajalive.in
Sunday, December 14, 2025
23.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ସୁକିନ୍ଦା କଳାକାର ସଂଘ ତରଫରୁ ସମ୍ବର୍ଦ୍ଧନା

ସୁକିନ୍ଦା : ଯାଜପୁର ଜିଲା ସୁକିନ୍ଦା ବିଡିଓ ଡ଼. ବିଶ୍ୱଜିତ ଦାସ, ତହସିଲଦାର ଶ୍ରୀମତୀ ବୁଲୁବୁଲ ବେହେରା, ସୁକିନ୍ଦା ମେଡିକାଲର ସମସ୍ତ କର୍ମଚାରୀଙ୍କ ସମେତ ସୁକିନ୍ଦା ଥାନାର ପୁଲିସ କର୍ମଚାରୀଙ୍କୁ ସୁକିନ୍ଦାର ଜଗନାଥ କଳା ସଂସ୍କୁର୍ତି ବିକାଶ ପରିଷଦ ତରଫରୁ କରୋନା ମହାମାରୀ ବିରୁଦ୍ଧରେ ମୁକାବିଲା କରୁଥିବା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହାସହିତ ନିଜ ପରିବାରକୁ ପଛରେ ପକାଇ ଦିନ ରାତି ଏକ କରି ଲୋକମାନଙ୍କୁ ସୁରକ୍ଷା ଦେଉଥିବା ଯୋଦ୍ଧାଙ୍କର ଉତ୍ତମ ସ୍ୱାସ୍ଥ୍ୟ ସହିତ ଦୀର୍ଘାୟୁ ଭଗବାନଙ୍କ ନିକଟରେ ପାର୍ଥନା କରିବା ସହିତ ସୁକିନ୍ଦା କଳା ସଂସ୍କୃତି ବିକାଶ ପରିଷଦର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇଙ୍କ ପରାମର୍ଶ କ୍ରମେ ସୁକିନ୍ଦା ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ରାଶି ପ୍ରଦାନ କରାଯାଇଛି। ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ସହ ମାସ୍କ ଆଦି ବଣ୍ଟନ କରାଯାଇଛି। ଅନ୍ୟପଟେ ସମ୍ବର୍ଦ୍ଧିତ ହୋଇଥିବା ସୁକିନ୍ଦା ବିଡ଼ିଓ ବିଶ୍ୱଜିତ ଦାସ ଗଣମାଧ୍ୟମ ଜରିଆରେ ସୁକିନ୍ଦା ବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଥିବା ସୂଚନା ମିଳିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories