www.samajalive.in
Friday, December 5, 2025
26.1 C
Bhubaneswar

କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ- କରୋନା ଯୋଦ୍ଧା ଡା. ଆର ଆର ରାଓ

କାଶୀପୁର: କରୋନା ଯୁଦ୍ଧର ଅନ୍ୟତମ ଯୋଦ୍ଧା ହେଉଛନ୍ତି ଯୁବ ଡାକ୍ତର ଆର. ଆର. ରାଓ। ରାତି ପାହିଲେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ବର ବେଶରେ ସଜେଇ ହୋଇ ବାଜା, ବାଣ, ରୋଷଣିରେ ପରିବାର ଉତ୍ସବମୁଖର ହୋଇଥାନ୍ତା। ଧୁମଧାମରେ ବିବାହ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ସରିଥିଲା। କିନ୍ତୁ ଜାତୀୟ ବିପତ୍ତି ସମୟରେ ନିଜ ଉପରେ ରହିଥିବା ଗୁରୁଦାୟିତ୍ଵକୁ ଅଗ୍ରାଧିକାର ଦେଇଛନ୍ତି ଏହି ଯୁବ ଡାକ୍ତର। କର୍ତ୍ତବ୍ୟ ଆଗରେ ସବୁ କିଛି ତୁଚ୍ଛ ପାଲଟିଯାଇଛି ତାଙ୍କ ପାଇଁ, ଯେଉଁଥିଲାଗି ସେ ନିଜ ବିବାହ ଉତ୍ସବକୁ ବାତିଲ କରିଦେଇଛନ୍ତି।

ଡାକ୍ତର ଆର ଆର ରାଓ ରାୟଗଡା ଜିଲା କାଶୀପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସର  ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି ଚିନ୍ତାଧାରା ବରିଷ୍ଠ ଅଫିସରଙ୍କୁ ପ୍ରଭାବିତ କରିଛି। କରୋନା ମୁକାବିଲା ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା କରିବା ଲାଗି ଲୋକଙ୍କୁ ସଚେତନ କରାଇବା ସହିତ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଦିଗରେ ସେ କାମ କରୁଛନ୍ତି। ମଣିଷ ସମାଜ କରୋନା ଭଳି ଭୟାବହ ବିପତ୍ତିରୁ ବର୍ତ୍ତିବା ବର୍ତ୍ତମାନ ସମୟର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଡାକ୍ତର ରାଓ।

- Advertisement -

ସମାଜ ପ୍ରତି ଥିବା ଦାୟିତ୍ବବୋଧକୁ ହୃଦୟଙ୍ଗମ କରି ଡାକ୍ତର ରାଓ ନିଜ ବିବାହ ଉତ୍ସବକୁ ବାତିଲ୍ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଦାୟିତ୍ବରେ ଥିବା ଡାକ୍ତର ନେତ୍ରାନନ୍ଦ ନାଏକ କହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories