ସମାଜ ପୋର୍ଟାଲ ଡେସ୍କ : ରାଜ୍ୟରେ ଆଜି ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି । ସେଥିରୁ ଭଦ୍ରକରୁ ୩ ଜଣ ହୋଇଥିବା ବେଳେ ସୁନ୍ଦରଗଡରୁ ୪ ଜଣ ଆକ୍ରାନ୍ତ ରହିଛନ୍ତି । ଏହାରି ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଜି ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ବିବରଣୀ ପ୍ରଦାନ କରିଛି । ଭଦ୍ରକରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରେ ଦୁଇ ଜଣ ବାସୁଦେବପୁର ବ୍ଲକର ରହିଥିବା ବେଳେ ଜଣେ ବନ୍ଥ ବ୍ଲକର ରହିଛନ୍ତିି । ଏହି ୩ ଜଣ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୪୫,୨୯ ଓ ୨୮ ବର୍ଷ ବୋଲି ସୂଚନା ମିଳିଛି । ଏମାନଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଭଦ୍ରକରୁ ଆଜି ଚିହ୍ନଟ ୩ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି ।
First Health Update, 28 April
3 Positive Cases in Bhadrak
45 yr Male, 28 yr Male & 29 yr Male
(WB link. All asymptomatic.)4 Positives from Nala Road, Rourkela
55 yr Female, 35 yr Female, 38 yr Male & 27 yr Male
(All contacts. All asymptomatic.)Total positive case-118
— I & PR Department, Odisha (@IPR_Odisha) April 28, 2020
ସେହିପରି ଆଜି ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରେ ସୁନ୍ଦରଗଡ ଜିଲାରୁ ୪ ଜଣ ରହିଥିଲେ । ସେମାନେ ସମସ୍ତେ ରାଉରକେଲାର ନାଲାରୋଡ ଅଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ୪ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଥିବା ବେଳେ ଦୁଇ ଜଣ ପୁରୁଷ ରହିଛନ୍ତି । ଦୁଇ ମହିଳାଙ୍କ ବୟସ ଯଥାକ୍ରମେ ୫୫, ୩୫ ଥିବା ବେଳେ ଦୁଇ ପୁରୁଷଙ୍କ ବୟସ ଯଥାକ୍ରମେ ୩୮, ୨୭ ବର୍ଷ ରହିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏମାନେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି। ସମସ୍ତଙ୍କ ନିକଟରେ ଅଳ୍ପ କିଛି କରୋନା ଲକ୍ଷଣ ଦେଖା ଦେଇଥିଲା । ତେବେ ଏମାନେ ପୁରୁଣା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ନା ଏମାନେ କୁଆଡ଼େ ଯାଇଥିଲେ ଓ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେସବୁର କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।



