www.samajalive.in
Saturday, December 6, 2025
23.1 C
Bhubaneswar

କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ କିମ ଜୋଙ୍ଗ ଆହତ ହୋଇଥାଇ ପାରନ୍ତି; ଉତ୍ତର କୋରିଆର ପୂର୍ବ ଅଧିକାରୀଙ୍କ ସନ୍ଦେହ

ବେଜିଂ : ଉତ୍ତର କୋରିଆର ଶାସକ କିମ ଜୋଙ୍ଗଙ୍କୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସରଗରମ ଚର୍ଚା ଲାଗି ରହିଛି । ଏହି ସମୟ ମଧ୍ୟରେ ଉତ୍ତର କୋରିଆର ଜଣେ ପୂର୍ବତନ ଅଧିକାରୀ କିମ ଜୋଙ୍ଗଙ୍କ ବିଷୟରେ ଏକ ସମ୍ବେଦନଶୀଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କିମ ଜୋଙ୍ଗ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ଆହତ ହୋଇଥାଇ ପାରନ୍ତି । କାରଣ ସେହି ଦିନ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ କିମ ଜୋଙ୍ଗ ଉପସ୍ଥିତ ଥିଲେ ଏବଂ ତା’ପର ଠାରୁ ତାଙ୍କୁ କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନାହିଁ । ତେଣୁ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ କିମ ଜୋଙ୍ଗ ଆହତ ହୋଇଥାଇ ପାରନ୍ତି ବୋଲି ପୂର୍ବତନ ଅଧିକାରୀ ଆଶଙ୍କା ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, କିମ ଜୋଙ୍ଗଙ୍କ ନିଜ ଦେଶର ସମସ୍ତ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ଉପସ୍ଥିତ ରୁହନ୍ତି।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୧ ତାରିଖ ଠାରୁ କିମ ଜୋଙ୍ଗ କୌଣସି ସର୍ବସାଧାରଣ ସ୍ଥାନରେ ଦେଖା ଦେଇନାହାଁନ୍ତି। ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଉଛି। କେତେକ ରିପୋର୍ଟରେ ତାଙ୍କ ମସ୍ତିଷ୍କ ମୃତ ( brain dead) ବିଷୟରେ ଦର୍ଶାଯାଉଛି ତ ଅନ୍ୟ କେତେକ ରିପୋର୍ଟରେ କିମ ଜୋଙ୍ଗଙ୍କ ପରିବାର ପାଇଁ ଥିବା ସ୍ବତନ୍ତ୍ର ଟ୍ରେନ୍ କୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ କିମ ଜୋଙ୍ଗଙ୍କ ମୃତ୍ୟୁ ଖବର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଅନ୍ୟ କେତେକ ରିପୋର୍ଟରେ ତାଙ୍କ ଅବସ୍ଥା ଗୁରୁତର ଥିବା ମଧ୍ୟ ଦାବି କରାଯାଇଛି । ଅନ୍ୟପ୪ରେ ଦକ୍ଷିଣ କୋରିଆର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ କିମ ଜୋଙ୍ଗ-ଉନଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ଅସତ୍ୟ ବୋଲି ମତ ଦେଇଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories