www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରବାସୀ ଶ୍ରମିକ ପଞ୍ଜିକରଣ ନାଁ’ରେ ଆରମ୍ଭ ହୋଇଗଲାଣି ସାଇବର ଠକେଇ

ସମାଜ ପୋର୍ଟାଲ ଡେସ୍କ : କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଉନ୍ ହୋଇ ରହିଛି । ଏହାରି ମଧ୍ୟରେ ବିଭିନ୍ନ ରାଜ୍ୟରେ ଫଶି ରହିଛନ୍ତି ହଜାର ହଜାର ପ୍ରବାସୀ ଶ୍ରମିକ । ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପଞ୍ଜିକରଣ । ବାହାର ରାଜ୍ୟରୁ ଆସିବାକୁ ଥିବା ସମସ୍ତ ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ରାଜ୍ୟ ସରକାରଙ୍କ ପଞ୍ଜିକରଣ ବାଧ୍ୟତାମୂଳକ ଏବଂ ଲକ୍ ଡାଉନ ସମୟରେ ଓଡିଶା ଫେରିବାକୁ ବ୍ୟାକୁଳ ଥିବା ଶ୍ରମିକମାନଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି ସାଇବର ଅପରାଧୀ ।

ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କ ପଞ୍ଜିକରଣ ପାଇଁ କରିଥିବା ୱେବସାଇଟରେ ନିଜେ ଶ୍ରମିକ କିମ୍ବା ତାଙ୍କର କେହି ସମ୍ପର୍କୀୟ ରେଜିଷ୍ଟ୍ରେସନ କରୁଥିବା ସହ ପ୍ରବାସୀ ଶ୍ରମିକଙ୍କ ପଞ୍ଚାୟତରେ ମଧ୍ୟ ପଞ୍ଜିକରଣ କରାଯାଇଛି । କିନ୍ତୁ ଏହାରି ମଧ୍ୟରେ ଓଡିଶା ଫେରିବାକୁ ବ୍ୟାକୁଳ ଥିବା ପ୍ରବାସୀ ଶ୍ରମିକଙ୍କ ବ୍ୟାକୁଳତାର ଫାଇଦା ଉଠାଉଛନ୍ତି ସାଇବର ଠକ । ସାଇବର ଠକ ମାନେ ନିଜକୁ ରାଜ୍ୟ ସରକାରଙ୍କ କୋଭିଡ-୧୯ ସେଲର କର୍ମଚାରୀ କହି ଶ୍ରମିକମାନଙ୍କୁ ଫୋନ କରିବା ସହ କେଉଁ ରାଜ୍ୟର କେଉଁ ସହରରେ ଆଦି ତଥ୍ୟ ପଚାରି ବଶ୍ଵସନୀୟତା ଦେଖାଉଛନ୍ତି । ଏହାପରେ ପ୍ରବାସୀ ଶ୍ରମିକଙ୍କ ମୋବାଇଲକୁ ଓ.ଟି.ପି ପଠାଉଛନ୍ତି । ରେଜିଷ୍ଟ୍ରେସନ ପାଇଁ ଓ.ଟି.ପି ଆବଶ୍ୟକଥିବା କହି ଶ୍ରମିକମାନଙ୍କ ମୋବାଇଲକୁ ଯାଇଥିବା ଓ.ଟି.ପି ସଂଗ୍ରହ କରୁଛନ୍ତି । ଏହାପରେ ପ୍ରବାସୀ ଶ୍ରମିକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ । ରାଜ୍ୟ ବାହାରେ କାମକରୁଥିବା ପ୍ରବାସୀ ଶ୍ରମିକମାନେ ଓଡିଶା ଫେରିବାକୁ ବ୍ୟାକୁଳ ଥିବା ସମୟରେ ସାଇବର ଠକଙ୍କ ଚାଲକୁ ବୁଝି ନପାରି ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ପଞ୍ଜିକରଣ ବୋଲି ଭାବି ଠକାମୀର ଶିକାର ହେଉଥିବା ଜଣାପଡିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories