www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ସମ୍ମାନ: ବ୍ୟାଜ୍‌ରେ ନିଜ ନାଁ ବଦଳରେ ‘ହରଜିତ୍‌ ସିଂହ’ ଲେଖିଲେ ପଞ୍ଜାବ ପୁଲିସର ସବୁ କର୍ମଚାରୀ

ଚଣ୍ଡୀଗଡ଼: ପଞ୍ଜାବ ପୁଲିସ ବିଭାଗରେ ଆଜି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ବିଭାଗରେ କାର୍ଯ୍ୟରତ ସବୁ ପୁଲିସ କର୍ମଚାରୀ ପୋଷାକରେ ଲାଗିଥିବା ବ୍ୟାଜ୍‌ରେ ନିଜ ନାଁ ବଦଳରେ ‘ହରଜିତ ସିଂହ’ ଲେଖିଛନ୍ତି। ଏପରି କି ଡିଜିପି ମଧ୍ୟ ତାଙ୍କ ବ୍ୟାଜ୍‌ର ନେମପ୍ଲେଟରେ ନିଜ ନାମ କାଢ଼ି ହରଜିତ ସିଂହ ଲେଖିଥିବା ଦେଖାଯାଇଛି। ବିଭାଗର ଏସଆଇ ହରଜିତ ସିଂହଙ୍କ ବାହାଦୁରିକୁ ସଲାମ କରି ସବୁ କର୍ମଚାରୀ ଏଭଳି ପଦକ୍ଷେପ ନେଇ ତାଙ୍କ ନାମରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି।

ହରଜିତ ସିଂହ ଏବେ ଚଣ୍ଡୀଗଡ଼ର ପିଜିଆଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗତ ୧୨ ଏପ୍ରିଲରେ ପଟିୟାଲାରେ କର୍ଫ୍ୟୁ ସମୟରେ ଘଟିଥିବା ହିଂସାରେ ହରଜିତ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣକାରୀ ଖଣ୍ଡାରେ ତାଙ୍କର ଏକ ହାତକୁ ହାଣି ଦେଇଥିଲେ। ଫଳରେ ହାତ ଶରୀରରୁ ଅଲଗା ହୋଇଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ସାଢ଼େ ୭ ଘଣ୍ଟା ଧରି ଅପରେଶନ କରିବା ପରେ କଟା ହାତକୁ ଯୋଡ଼ାଯାଇଥିଲା।

- Advertisement -

ପଞ୍ଜାବ ଡିଜିପି ଦିନକର ଗୁପ୍ତା କହିଛନ୍ତି, ହରଜିତ ସିଂହଙ୍କୁ ଏଏସଆଇରୁ ଏସଆଇ ପଦବୀକୁ ପଦୋନ୍ନତି କରାଯାଇଛି। ବାହାଦୁରୀ ଏବଂ ଶାନ୍ତିର ପରିଚୟ ଦେଇ ସେ ଦେଶରେ କରୋନା ଯୋଦ୍ଧାଙ୍କ ବିରୋଧରେ ହେଉଥିବା ଆକ୍ରମଣ ବିରୋଧରେ ଏକ ପ୍ରତୀକ ପାଲଟିଯାଇଛନ୍ତି। ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ପଞ୍ଜାବ ପୁଲିସର ଏହା ଏକ ଛୋଟ ପ୍ରୟାସ। ଡିଜିପି କହିଛନ୍ତି, ହରଜିତ ସିଂହଙ୍କ ସହିତ ହୋଇଥିବା ଘଟଣାକୁ ଦୃଷ୍ଟିରେ ରଖି କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ‘ମୁଁ ବି ହରଜିତ’ କ୍ୟାମ୍ପେନ କରାଯାଉଛି। ଏହା ସମର୍ଥନରେ ସମସ୍ତ ପୁଲିସ କର୍ମଚାରୀ ଓ ଅଧିକାରୀ ହରଜିତ ସିଂହଙ୍କ ନାମରେ ନେମ୍‌ପ୍ଲେଟ ପିନ୍ଧିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories