ରୋଷେଇ ଘର ବାସ୍ତୁଦୋଷ ପାଇଁ ଦାରିଦ୍ର୍ୟତା ଦେଖାଯାଏ!
ବେଳେ ବେଳେ ଘରର ବାସ୍ତୁଦୋଷ ଥିଲେ, ଘରେ ଜିନିଷ ଭରପୁର ଥିଲେ ମଧ୍ୟ ଅଭାବ ପିଛା ଛାଡି ନ ଥାଏ। ଗୃହର ସବୁସ୍ଥାନ ମଧ୍ୟରେ କିଛି ନା କିଛି ବାସ୍ତୁ ଦୋଷ ରହିଥାଏ। ଘରେ ଥିବା ରୋଷେଇ ଘର ଘରର ସୁଖ ଓ ସମୃଦ୍ଧିର ପ୍ରାଣକେନ୍ଦ୍ର ବୋଲି କହିଥାନ୍ତି। ରୋଷେଇ ଘରେ ଥିବା ସମସ୍ତ ଜିନିଷ ବାସ୍ତୁ ଅନୁସାରେ ରହିଥାଏ, ତେଣୁ ରୋଷେଇ ଘରକୁ ବାସ୍ତୁ ଅନୁସାରେ ସଜାଇ ରଖିଲେ ଦାରିଦ୍ର୍ୟତା ଦୂର ହୋଇଥାଏ। ରୋଷେଇ ଘରର ବାସ୍ତୁ ଦୋଷ କାରଣରୁ ଘରେ ସବୁ ସମୟରେ ଅଶାନ୍ତି ଲାଗିରହିଥାଏ। ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ କେଉଁ କେଉଁ ନିୟମ ପାଳନ କରିବା ଆବଶ୍ୟକ।
୧. ରୋଷେଇ ଘରେ କେବେ ବି ଠାକୁରଙ୍କ ଫଟୋ କିମ୍ବା ପୂଜା ସାମଗ୍ରୀର ବ୍ୟବହାର କରିବେ ନାହିଁ। ଏହା ଦ୍ୱାରା ଘରେ ଅଶାନ୍ତି ବଢିଥାଏ।
୨. ଘରର ରୋଷେଇ ଘର ଏବଂ ଗାଧୁଆ ଘର ସମ୍ମୁଖୀନ ରହିବା ଘର ପାଇଁ ଖରାପ ହୋଇଥାଏ। ଏହା ଘରେ ନକରାତ୍ମକ ପ୍ରଭାବ ପକାଇଥାଏ। ଯାହା ଦ୍ୱାରା ଘର ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥାଏ।
୩. ଘରର ମୁଖ୍ୟ ଦ୍ୱାର ଏବଂ ରୋଷେଇ ଘର ସାମ୍ନାସାମ୍ନି ରହିବା ବାସ୍ତୁ ଅନୁସାରେ ଖରାପ ହୋଇଥାଏ।
୪. ଘରର ବାସ୍ତୁ ଦୋଷ ଦୂର କରିବାପାଇଁ ଖାଇବା ଆଗରୁ ଭୋଜନ ପ୍ରଥମେ ଭଗବାନ ଏବଂ ଗାଈକୁ ଅର୍ପଣ କରିବାଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ।