www.samajalive.in
Sunday, December 7, 2025
26.1 C
Bhubaneswar

ଇତିହାସ ପୁନର୍ବାର ଦୋହରିଛି : ୧୦୦ ବର୍ଷ ପୂର୍ବେ ଦେଖାଯାଇଥିଲା ଏଭଳି ମହାମାରୀ ଭୂତାଣୁ

ବର୍ତ୍ତମାନ କରୋନା ଭାଇରସ୍‌ର ମୁକାବିଲା ନିମନ୍ତେ ପୂରା ବିଶ୍ବବାସୀ ଏକତ୍ରିତ ହୋଇ ଅଭିଯାନ ଚଳାଇଛନ୍ତି। ଏହି ସଂକ୍ରମଣକୁ ବୈଜ୍ଞାନିକମାନେ ୧୦୦ ବର୍ଷ ତଳେ ପୃଥିବୀରେ ବ୍ୟାପିଥିବା ସ୍ପେନିଶ୍ ଭାଇରସ୍‌ ସହ ତୁଳନା କରିଛନ୍ତି। ୧୯୧୮ରେ ସ୍ପେନିଶ୍ ଭାଇରସ୍‌ କାରଣରୁ ପ୍ରାୟ ୫କୋଟି ଲୋକ ପ୍ରାଣ ହରାଇଥିଲେ। ସେସମୟରେ ଲୋକଙ୍କୁ ସଚେତନ କରାଇବା ନିମନ୍ତେ ଖବରକାଗଜ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।


– ଲଣ୍ଡନର ଜନୈକ ଖବରକାଗଜର ସମ୍ପାଦକ ଯେତେବେଳେ କରୋନା ଭାଇରସ୍‌ ସମ୍ପର୍କିତ ତଥ୍ୟ ଓ ସଚେତନତା ଜାଣିଲେ, ଏସବୁ ସ୍ପେନିଶ୍‌ ଭାଇରସ୍‌ ସହ ମେଳ ଖାଉଥିବାର ସେ ଅନୁଭବ କଲେ। ତୁରନ୍ତ ସେ ପାଠାଗାରରୁ ୧୯୧୮ ସମୟର ସମସ୍ତ ଖବରକାଗଜ ଆଣି ତଥ୍ୟ ଯୋଗାଡ଼ କଲେ।

- Advertisement -

– ୧୯୧୮ରେ ଛପା ହୋଇଥିବା ଖବରକାଗଜରେ ଲୋକଙ୍କୁ ବିଭିନ୍ନ ଉପଦେଶମାନ ଦିଆଯାଇଛି। ବାରମ୍ବାର ହାତକୁ ସାବୁନରେ ଧୋଇବା ସହ ପରସ୍ପରଠାରୁ ଦୂରତ୍ବ ରଖିବା ଆବଶ୍ୟକ ଓ ଭିଡ଼ ସ୍ଥାନକୁ ନ ଯିବା ନିମନ୍ତେ ଉଲ୍ଲେଖ ହୋଇଛି। ସେସମୟରେ ମାସ୍କର ଏତେଟା ପ୍ରଚଳନ ଥିଲା, କିନ୍ତୁ ଲୋକଙ୍କୁ ଘରୋଇ ଉପାୟରେ ମାସ୍କ ତିଆରି କରି ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

– ୧୦୦ ବର୍ଷ ତଳର ସ୍ପେନିଶ୍ ଭାଇରସ୍‌ର ସ୍ଥିତିକୁ ବର୍ତ୍ତମାନର କରୋନା ଭାଇରସ୍‌ ଅନେକ ସାମଞ୍ଜସ୍ୟ ଥିବାର ଗବେଷକ ମୁଖ୍ୟ କେନ୍ କହିଛନ୍ତି। ଗବେଷକଙ୍କ ମତରେ ଇତିହାସ ନିଜକୁ ପୁନର୍ବାର ଦୋହରାଇଛି, ଏଥିରେ ଦ୍ବିମତ ନାହିଁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories