www.samajalive.in
Friday, December 5, 2025
17.1 C
Bhubaneswar

ମାନବୀୟ ସଂକଟ ସୃଷ୍ଟି କରିଛି କରୋନା ସଂକ୍ରମଣ – ଗୁଟେରସ

ସମାଜ ପୋର୍ଟାଲ ଡେସ୍କ: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣ ବିଶ୍ୱବ୍ୟାପୀ ହେବା ସହ ଏହା ମାନବୀୟ ସଂକଟ ସୃଷ୍ଟି କରିଛି ଓ ମାନବାଧିକାର କ୍ଷେତ୍ରରେ ମଧ୍ୟ ବଡ ସଂକଟ ଆଣିଛି। ଏକ ଭିଡ଼ିଓ ବାର୍ତ୍ତାରେ ଗୁଟେରସ କହିଛନ୍ତି କୋଭିଡ ନାଇଣ୍ଟିନର ମୁକାବିଲା ପାଇଁ ସେବା ପ୍ରଦାନରେ ପକ୍ଷପାତ ହେଉଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ କୋଭିଡ ନାଇଣ୍ଟିନ୍‍ ସଂକ୍ରମଣ କିଛି ସମ୍ପ୍ରଦାୟ ପ୍ରତି ଅଶ୍ଳୀଳ ଭାବ ସୃଷ୍ଟି କରିଛି ଓ ଏହାକୁ ନେଇ ସମାଜରେ ଘୃଣାଭାବ ସୃଷ୍ଟିକାରୀ ମନ୍ତବ୍ୟ, ଦୁର୍ବଳ ଶ୍ରେଣୀଗୁଡ଼ିକ ଉପରେ ଅତ୍ୟାଚାର ପ୍ରଭୃତି ବୃଦ୍ଧି ପାଇଛି। କଡ଼ା ସୁରକ୍ଷା ପଦକ୍ଷେପ ଯୋଗୁଁ ସ୍ୱାସ୍ଥ୍ୟସେବା ଯୋଗାଣରେ ଅସୁବିଧା ଦେଖା ଦେଇଛି।

- Advertisement -

କିଛି ଦେଶରେ ଜାତିଗତ ଜାତୀୟତାଭାବ, ଲୋକମାନଙ୍କ ତୁଷ୍ଟିକରଣ, ଏକଛତ୍ରବାଦ ଓ ମାନବାଧିକାର ଲଙ୍ଘନ ଭଳି ଘଟଣାଗୁଡ଼ିକ ପାଇଁ ସେ କିଛି ଦେଶକୁ ଚେତାବନୀ ଦେଇଛନ୍ତି। ପୂର୍ବରୁ ଗୁଟେରସ ସମଗ୍ର ବିଶ୍ୱରେ ମାନବାଧିକାର ସୁରକ୍ଷାପାଇଁ ସମସ୍ତ ଦେଶ, ବ୍ୟବସାୟିକ ସଂଗଠନ ଓ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଦେଶଗୁଡ଼ିକର ସରକାରମାନେ ସେମାନଙ୍କର ନୀତିରେ ସ୍ୱଚ୍ଛତା, ଉତ୍ତରଦାୟିତା, ବାକ୍‍ ସ୍ୱାଧୀନତା ପ୍ରଭୃତି ବଜାୟ ରଖିବା ଅତ୍ୟନ୍ତ ଅପରିହାର୍ଯ୍ୟ। ଦେଖନ୍ତୁ ଭିଡ଼ିଓ –
https://youtu.be/a8r-ENfvZhc

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories