www.samajalive.in
Saturday, December 13, 2025
21.1 C
Bhubaneswar

ଦିଲ୍ଲୀର ଗୋଟିଏ ଗଳିରୁ ୪୬ କରୋନା ରୋଗୀ

ଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ଅଞ୍ଚଳର ଜାହାଙ୍ଗିରପୁର ଗଳି ନମ୍ବର- ଏଚ । ଏହି ଗଳିରୁ ଗୋଟିଏ ଦିନରେ ବାହାରିଛନ୍ତି ୪୬ ଜଣ କରୋନା ପଜିଟିଭ୍ । ସେହିପରି ଏହାର ନିକଟସ୍ଥ ଆଉଏକ ସହାଦରା ଗଳିରୁ ୭ ପଜିଟିଭଙ୍କୁ ଠାବ କରାଯାଇଛି । ଏହି ଅଞ୍ଚଳଗୁଡ଼ିକୁ ୧୪ ତାରିଖରେ ସିଲ କରି ଦିଆଯାଇଥିଲା । ଜାହାଙ୍ଗିରପୁର ଅଞ୍ଚଳରେ ଏହା ତୃତୀୟ ବଡ଼ ଧରଣର ଗୋଷ୍ଠୀ ସଂକ୍ରମଣ ମାମଲା । ଏହାପୁର୍ବରୁ ସି ବ୍ଲକରୁ ଗୋଟିଏ ଦିନରେ ଗୋଟିଏ ସ୍ଥାନରୁ ୩୧ଟି ମାମଲା ଆସିଥିଲା । ଜାହାଙ୍ଗିରପୁର ଥାନା ଅଞ୍ଚଳର ଜଣେ ପୁଲିସ ଏଏସ୍ଆଇଙ୍କ ପତ୍ନୀଙ୍କ ସହ ଆଉ ୭ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କେବଳ ଏହି ଗୋଟିଏ ଗଳିରୁ ଏ ପର୍ଯ୍ରନ୍ତ ୮୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

ଅନ୍ୟପକ୍ଷରେ ଜାମା ମସଜିଦ ଅଞ୍ଚଳର ଗୋଟିଏ ପରିବାରର ୧୧ ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଯେ ଏହି ପରିବାରର ଜଣେ ସଦସ୍ୟ ବିଦେଶରୁ ଫେରିଥିଲେ ଓ ତାଙ୍କଠାରୁ ଅନ୍ୟମାନଙ୍କୁ କରୋନା ସଂକ୍ରମଣ ହୋଇଛି । ପରିବାରର ମୋଟ ୧୮ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଛି । ମାକ୍ସ ହସ୍ପିଟାଲରେ ସେମାନଙ୍କୁ ଭର୍ତି କରାଯାଇଛି ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories