ଭୁବନେଶ୍ବର: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ପାଇଁ ଡିଗ୍ରୀ , ପିଜି ଓ ପିଏଚଡି ପାଠ୍ୟକ୍ରମ ପାଇଁ ଅନଲାଇନ ଆବେଦନ ସମୟସୀମାକୁ ମେ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସାରା ଦେଶରେ କରୋନା ଲକ ଡାଉନ ଜାରି ରହିଥିବାରୁ ପ୍ରଥମେ ୧୧ ଏପ୍ରିଲରୁ ୨୫କୁ ବଢାଯାଇଥିଲା। ଏହାକୁ ପୁଣିଥରେ ବଢାଯାଇ ମେ’ ୨୩କୁ ବୃଦ୍ଧି କରାଯାଇଛି। ଛାତ୍ରଛାତୀମାନେ www.cucetexam.in. ଓ୍ବେବସାଇଟରେ ଯାଇ ଆବେଦନ କରିପାରିବେ। ଏହି ଶେଷ ତାରିଖ ପୂର୍ବରୁ ଆବେଦନ କରିବା ପାଇଁ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡକ୍ଟର ଫଗୁନାଥ ଭୋଇ ସୂଚନା ଦେଇଛନ୍ତି ।
Popular Categories



