www.samajalive.in
Wednesday, December 10, 2025
14.1 C
Bhubaneswar

ଚିକିତ୍ସକମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ – ଶାହା

ସମାଜ ପୋର୍ଟାଲ ଡେସ୍କ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାରତୀୟ ଚିକିତ୍ସା ସଂଘର ଡାକ୍ତରମାନଙ୍କ ସହ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। କୋଭିଡ୍‍ ନାଇଣ୍ଟିନର ମୁକାବିଲାରେ ସେମାନଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇଦିଆଯିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ଡାକ୍ତରମାନଙ୍କ ଭୂମିକାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏ କ୍ଷେତ୍ରରେ ଡାକ୍ତରମାନେ ଉତ୍ସର୍ଗୀକୃତ ହୋଇ ଦେଶର ସେବା କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। କୋଭିଡ୍‍ ନାଇଣ୍ଟିନରୁ ଲୋକମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଅହରହ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କୁ ସେ ଅଭିବାଦନ ଜଣାଇଛନ୍ତି। ଡାକ୍ତରମାନଙ୍କର ସମସ୍ତ ଭୟକୁ ଦୂର କରିବାକୁ ଯାଇ ସେ କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ସେମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ ନିଶ୍ଚିତ କରିବାକୁ ସଂକଳ୍ପବଦ୍ଧ। ଡାକ୍ତରମାନଙ୍କ ଉପରେ ସଂପ୍ରତି ହେଉଥିବା ଆକ୍ରମଣର ନିନ୍ଦା କରି ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନିଜେ ଏଭଳି ଘଟଣାଗୁଡ଼ିକର ତଦାରଖ କରୁନ୍ତି।

ଏଭଳି ଘଟଣାଗୁଡ଼ିକର ପୁନରାବୃତ୍ତି ହେବାକୁ ନ ଦେବା ଲାଗି ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ଡାକ୍ତରମାନେ ଏଭଳି ସମୟରେ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ ନ କରିବାକୁ ସେ ସେମାନଙ୍କୁ ନିବେଦନ କରିଛନ୍ତି। କାରଣ ଏହା ଦେଶ କିମ୍ବା ବିଶ୍ୱର ମଙ୍ଗଳ କରିପାରିବ ନାହିଁ। କେନ୍ଦ୍ର ସରକାର, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କଠାରୁ ପ୍ରତିକ୍ରିୟା ମିଳିବା ପରେ ଆଇଏମ୍‍ଏ ଏହାର ପ୍ରସ୍ତାବିତ ପ୍ରତିବାଦ ପ୍ରଦର୍ଶନକୁ ପ୍ରତ୍ୟାହାର କରିନେଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories