www.samajalive.in
Tuesday, December 9, 2025
16.1 C
Bhubaneswar

ଏହି ଖେଳାଳିଙ୍କୁ ନିଜର ପ୍ରିୟ ଅଧିନାୟକ କହିଲେ ଗମ୍ଭୀର

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି ରାହୁଲ ଦ୍ରାବିଡ, ଏମଏସ ଧୋନି ଏବଂ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳିଛନ୍ତି। କିନ୍ତୁ ଯେତେବେଳେ ଗମ୍ଭୀରଙ୍କୁ ବଚରାଗଲା ଯେ ତୁମର ପ୍ରିୟ ଅଧିନାୟକ କିଏ ବୋଲି ସେତେବେଳେ ସେ ଏମାନଙ୍କ ମଧ୍ୟରୁ କୌଣସି ଖେଳାଳିଙ୍କର ନାମ ନେଇନଥିଲେ। ଗମ୍ଭୀର ଅନିଲ କୁମ୍ବଲେଙ୍କୁ ନିଜର ପ୍ରିୟ ଅଧିନାୟକ ବୋଲି କହିଛନ୍ତି।
ଏକ ଷ୍ଟାର୍ ସ୍ପୋର୍ଟସ୍ ଇଭେଣ୍ଟରେ ଗମ୍ଭୀର କହିଛନ୍ତି, ’ରେକର୍ଡ ଦୃଷ୍ଟିରୁ ଧୋନି ଶୀର୍ଷରେ ଅଛନ୍ତି, କିନ୍ତୁ ମୋ ପାଇଁ କୁମ୍ବଲେ ଜଣେ ମହାନ ଅଧିନାୟକ, ଯାହାଙ୍କ ଅଧୀନରେ ମୁଁ ଖେଳିଥିଲି। ସୌରଭ ଗାଙ୍ଗୁଲି ଜଣେ ଅଧିନାୟକ ଭାବରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ଜଣେ ବ୍ୟକ୍ତି ଯାହାକୁ ମୁଁ ଦୀର୍ଘ ଦିନ ଧରି ଭାରତୀୟ ଦଳର ଅଧିନାୟକ ଭାବରେ ଦେଖିବାକୁ ଚାହୁଁଥିଲି ସେ ହେଉଛନ୍ତି ଅନିଲ କୁମ୍ବଲେ।
ସେ ଆହୁରି ମଧ୍ୟ କହିଛନ୍ତି, ’ମୁଁ ତାଙ୍କ ଅଧିନାୟକତ୍ୱରେ ବୋଧହୁଏ ୬ ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲି। ସେ ଦୀର୍ଘ ସମୟ ଧରି ଭାରତର ଅଧିନାୟକତ୍ୱ ପାଇ ନଥିଲେ। ଯଦି ସେ ଦୀର୍ଘ ସମୟ ଧରି ଅଧିନାୟକ ହୋଇଥାନ୍ତେ, ତେବେ ସେ ଅନେକ ରେକର୍ଡ ସୃଷ୍ଟି କରିଥାନ୍ତେ ବୋଲି ମୁଁ ଭାବୁଚି।
ସୂଚନାଯୋଗ୍ୟ ଯେ, ନଭେମ୍ବର ୨୦୦୭ରେ, ଯେତେବେଳେ ରାହୁଲ ଦ୍ରାବିଡ ଅଧିନାୟକତ୍ୱ ଛାଡିଥିଲେ, ସେତେବେଳେ ଅନିଲ କୁମ୍ବଲେଙ୍କ ଅଧିନରେ ଟିମ୍ ଇଣ୍ଡିଆ ଖେଳିଥିଲା। ୨୦୦୪ରେ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଗମ୍ଭୀର ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବଇରେ ଖେଳାଯାଇଥିଲା। ଏହା ପରେ ଗମ୍ଭୀର ରାହୁଲ ଦ୍ରାବିଡ, ଅନିଲ କୁମ୍ବଲେ ଏବଂ ଧୋନିଙ୍କ ଅଧିନାୟକତ୍ୱରେ ମ୍ୟାଚ୍ ଖେଳିଥିଲେ। ସେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟେଷ୍ଟ କ୍ରିକେଟକୁ ଫେରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories