www.samajalive.in
Saturday, December 13, 2025
26.1 C
Bhubaneswar

ଜିଓରେ ୪୩,୫୭୪ କୋଟି ନିବେଶ କରିବ ଫେସବୁକ୍‌, ୯.୯୯% ଅଂଶଧନ କିଣିବ

ନୂଆଦିଲ୍ଲୀ: ବିଶ୍ଵର ଅନ୍ୟତମ ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ଫେସବୁକ ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରି ଗ୍ରୁପର ଜିଓ ପ୍ଲାଟପର୍ମ୍ସ ଲିମିଟେଡରେ ୯.୯୯ ପ୍ରତିଶତ ଅଂଶଧନ କିଣିବ। ଏଥିପାଇଁ ଫେସବୁକ ରିଲାଏନ୍ସ ଜିଓରେ ୪୩ ହଜାର ୫୭୪ କୋଟି ଟଙ୍କା ନିବେଶ କରିବ। ଫେସବୁକ ପକ୍ଷରୁ ବୁଧବାର ଏ ସମ୍ପର୍କରେ ଘୋଷଣା କରାଯାଇଛି।

ଏହା ଏକ ବଡ଼ ଡିଲ୍‌ ବୋଲି କୁହାଯାଇଛି। ଏହି ଡିଲ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଗ୍ରୁପର ଋଣ ବୋଝ ବଡ଼ ପରିମାଣରେ ହ୍ରାସ କରିବାରେ ସହାୟତା କରିବ। ଏହା ସହିତ ଭାରତରେ ଫେସବୁକର ସ୍ଥିତି ଆହୁରି ମଜଭୁତ ହେବ। ଫେସବୁକ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଆଜି ଆମେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଗ୍ରୁପ ଲିମିଟେଡର ଜିଓ ପ୍ଲାଟଫର୍ମ୍ସ ଲିମିଟେଡରେ ୪୩,୫୭୪ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରୁଛୁ। ଏହାଫଳରେ ଫେସବୁକ ଜିଓର ସବୁଠୁ ବଡ଼ ସଂଖ୍ୟାଲଘୁ ଶେୟାର ହୋଲ୍‌ଡର ହେବ। ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ଫେସବୁକର ଏହି ନିବେଶ ଫଳରେ ଜିଓ ପ୍ଲାଟଫର୍ମର ମୂଲ୍ୟ ୪.୬୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଦୂର ସଞ୍ଚାର ନେଟୱର୍କ ଜିଓର ଶତ ପ୍ରତିଶତ ଅଂଶୀଦାର ଜିଓ ପ୍ଲାଟଫର୍ମ ଲିମିଟେଡ ପାଖରେ ରହିଛି। ଏଣିକି ଜିଓ ପ୍ଲାଟଫର୍ମରେ ଫେସବୁକର ୯.୯୯ ପ୍ରତିଶତ ଅଂଶଧନ ରହିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories