www.samajalive.in
Sunday, December 7, 2025
26.1 C
Bhubaneswar

ଅସହାୟଙ୍କୁ ଘରେ ସେବା ଦେଉଛନ୍ତି ସରପଞ୍ଚ

ପାଟଣା : ସରକାରଙ୍କ ପକ୍ଷରୁ ଗରୀବ ପଡିକାର୍ଡ ଧାରୀଙ୍କୁ ଚାଉଳ ଓ ସ୍ଵତନ୍ତ୍ର ସହାୟତା ଦିଆଯାଇଥିବା ବେଳେ ଅସହାୟ ଓ ବାହାରୁ ଆସି ଢେଙ୍କିକୋଟ ପଞ୍ଚାୟତ ଅଞ୍ଚଳରେ ରହୁଥିବା ମୁର୍ଶିଦାବାଦ ଅଞ୍ଚଳର ୪୦ରୁ ଉର୍ଦ୍ଧ୍ବ ରାଜମିସ୍ତ୍ରୀ ଓ ସେମାନଙ୍କ ସହାୟକମାନଙ୍କୁ ଦୁଇ ଓଳା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏହା ଛଡା ଢେଙ୍କିକୋଟ ପଞ୍ଚାୟତରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ୨୨ ଜଣ ଉତ୍ତର ପ୍ରଦେଶ ବାସିନ୍ଦା ଶ୍ରମଜୀଵୀମାନଙ୍କୁ ରଖାଯାଇଥିବା ବେଳେ ସେମାନଙ୍କ ସହ ଜଣେ ଗଞ୍ଜାମ ଜିଲ୍ଲା ବାସିନ୍ଦାଙ୍କୁ ମଧ୍ୟ ଖାଦ୍ୟ ପେୟ ବ୍ୟବସ୍ଥା କରିଛି ଢେଙ୍କିକୋଟ ପଞ୍ଚାୟତ। ଏହାଛଡା ଯେଉଁ ଅସହାୟ ଗରୀବ ସରକାରୀ ଯୋଜନାର ଲାଭ ଉଠାଇବାକୁ ଘରୁ ବାହାରିବା ସମ୍ଭବ ନୁହେଁ ସେମାନଙ୍କ ଘରକୁ ଘର ଯାଇ ଢେଙ୍କିକୋଟ ସରପଞ୍ଚ ଗୌରୀ ବାରିକ ସେମାନଙ୍କ ଭଲମନ୍ଦ ବୁଝିବା ସହ ନିଜ ଅର୍ଥରେ ବିସ୍କୁଟ, ଚା, ଚିନି ଦେଉଥିବା ଦେଖାଯାଇଛି। ଢେଙ୍କିକୋଟ ପଞ୍ଚାୟତ ଅଞ୍ଚଳକୁ ବାହାର ରାଜ୍ୟ ଅଥବା ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ବଜାର ଓ ହାଟ ଅଞ୍ଚଳରେ, ବ୍ୟାଙ୍କ ନିକଟରେ, ପଞ୍ଚାୟତ ନିକଟକୁ ଆସୁଥିବା ଲୋକେ ସାମାଜିକ ଦୁରତା ରଖି ନିଜ କାମ କରିବାକୁ ବ୍ୟାପକ ପଦକ୍ଷେପ ନେଇ ଉଦାହରଣ ସୃଷ୍ଟି କରିଥିବ ଦେଖାଯାଇଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories