www.samajalive.in
Saturday, December 13, 2025
21.1 C
Bhubaneswar

ଧାନ ଚାଷରେ ଅଜଣା ରୋଗ: ଚାଷୀ ହତାଶ, କୃଷି ବିଭାଗ ନୀରବ ଦ୍ରଷ୍ଟା

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଓ ଆଖପାଖ ଗ୍ରାମରେ ଧାନ ଚାଷରେ ଅଜଣା ରୋଗ ଦେଖାଦେଇଛି। ଅନିୟମିତ ବର୍ଷା ସତ୍ତ୍ବେ ଚାଷୀମାନେ ବହୁ କଷ୍ଟରେ ଧାନ ଚାଷ କରୁଥିବାବେଳେ ଧାନ ଗଛର ପତ୍ର ଗୁଡ଼ିକ ଲାଲ ପଡ଼ିଯାଉଥିବା ଦେଖାଯାଉଛି। ଅଧିକାଂଶ ପତ୍ର ମୋଡ଼ି ହୋଇଯାଉଛି। ଚାଷୀ ମାନଙ୍କ ଏକର ଏକର ଜମି ରେ ଏଭଳି ସ୍ଥିତି ଦେଖି ଚାଷୀମାନେ ରୋଗ ପ୍ରତିଷେଧକ ପକାଇ ମଧ୍ୟ କିଛି ସୁଫଳ ପାଉନାହାନ୍ତି। ଏନେଇ ବାରମ୍ବାର କୃଷି ବିଭାଗକୁ ଜଣାଇଲେ ମଧ୍ୟ କୃଷି ବିଭାଗ ଚୁପଚାପ୍ ବସିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ପୋଇପାଣୀ ଅଞ୍ଚଳରେ ବହୁ ଅଗ୍ରଣୀ ଚାଷୀଥିବାବେଳେ ଜଳସେଚନ ସୁବିଧା ଥିବାରୁ ଘଟଗାଁ ବ୍ଲକର ଏହି ଅଞ୍ଚଳରୁ ସର୍ବାଧିକ ଧାନ ଉତ୍ପାଦିତ ହୋଇଥାଏ। ଏହି ଅଜଣା ରୋଗର କାରଣ ଅନୁଧ୍ୟାନ କରି ଚାଷୀମାନଙ୍କୁ ସମାଧାନର ରାସ୍ତା ଦେଖାଇବା ଦିଗରେ କାର୍ଯ୍ୟ ନକଲେ ଚାଷୀମାନେ କ୍ଷତି ସହିବେ । ତେଣୁ ଯଥା ଶୀଘ୍ର କୃଷି ବିଭାଗ ସମସ୍ୟା ପ୍ରତି ନଜର ଦେବାକୁ ଦାବି ହୋଇଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories