ଯୋଡାବନ୍ଦଠାରେ ଚିରସ୍ରୋତା ଏଫପିଓ ତରଫରୁ ପ୍ରଥମ ସାଧାରଣ ବୈଠକ

ଲାଞ୍ଜିଗଡ:ଲାଞ୍ଜିଗଡ ବ୍ଲକ ଚାମ୍ପାଦେଇପୁର ପଞ୍ଚାୟତ ଯୋଡା ବନ୍ଦ ବିଦ୍ୟାଳୟ ପରିସରରେ ଚିରସ୍ରୋତା ଏଫପିଓର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାଵେ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଚାମ୍ପାଦେଇପୁର ନାଏବ  ସରପଞ୍ଚ ଭାନୁମତୀ ଘଡେଇ, ସିବିବିଓ ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ମାନବ ସମ୍ବଳ ବିଭାଗର ବାଳକ୍ରୁଷ୍ଣ ରଥ, ଏଫପିଓର ଏମଡି ହାନ୍ତି କରୁଆଁ  ପ୍ରମୁଖ ଅତିଥି ରୁପେ ଯୋଗଦେଇ ଥିଲେ।  ନାବାଡ  ଓ ମହାଶକ୍ତି ଫାଉଣ୍ଡେସନ ସହାୟତାରେ ଗଠିତ କ୍ରୁଷକ ଉତ୍ପାଦକ ସଂଗଠନ ଚାଷୀମାନଙ୍କ ସାମଗ୍ରୀକ ବିକାଶ କ୍ଷେତ୍ରରେ ବିଗତ ଏକ ବର୍ଷ ହେଲା କାର୍ଯ୍ୟରତ ରହିଛି। ଏହି କାର୍ଯ୍ୟକ୍ରମରେ ପିଟରଚାନ୍ଦ ପାଣିଗ୍ରାହୀ, ପ୍ରକାଶ ଦଣ୍ଡ ସେନା , ସୁବର୍ଣ୍ଣ ନାଏକ, ରନ୍ଜିତା ଦଣ୍ଡସେନା, ରିତାଞ୍ଜଳି ମହାଖୁଡ, ଜ୍ୟୋତ୍ସ୍ନା ନାଏକ ପ୍ରମୁଖ ସହଯୋଗ କରିଥିଲେ।
kalyan agarbati

Comments are closed.