www.samajalive.in
Saturday, December 6, 2025
23.1 C
Bhubaneswar

ଯୋଡାବନ୍ଦଠାରେ ଚିରସ୍ରୋତା ଏଫପିଓ ତରଫରୁ ପ୍ରଥମ ସାଧାରଣ ବୈଠକ

ଲାଞ୍ଜିଗଡ:ଲାଞ୍ଜିଗଡ ବ୍ଲକ ଚାମ୍ପାଦେଇପୁର ପଞ୍ଚାୟତ ଯୋଡା ବନ୍ଦ ବିଦ୍ୟାଳୟ ପରିସରରେ ଚିରସ୍ରୋତା ଏଫପିଓର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାଵେ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଚାମ୍ପାଦେଇପୁର ନାଏବ  ସରପଞ୍ଚ ଭାନୁମତୀ ଘଡେଇ, ସିବିବିଓ ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ମାନବ ସମ୍ବଳ ବିଭାଗର ବାଳକ୍ରୁଷ୍ଣ ରଥ, ଏଫପିଓର ଏମଡି ହାନ୍ତି କରୁଆଁ  ପ୍ରମୁଖ ଅତିଥି ରୁପେ ଯୋଗଦେଇ ଥିଲେ।  ନାବାଡ  ଓ ମହାଶକ୍ତି ଫାଉଣ୍ଡେସନ ସହାୟତାରେ ଗଠିତ କ୍ରୁଷକ ଉତ୍ପାଦକ ସଂଗଠନ ଚାଷୀମାନଙ୍କ ସାମଗ୍ରୀକ ବିକାଶ କ୍ଷେତ୍ରରେ ବିଗତ ଏକ ବର୍ଷ ହେଲା କାର୍ଯ୍ୟରତ ରହିଛି। ଏହି କାର୍ଯ୍ୟକ୍ରମରେ ପିଟରଚାନ୍ଦ ପାଣିଗ୍ରାହୀ, ପ୍ରକାଶ ଦଣ୍ଡ ସେନା , ସୁବର୍ଣ୍ଣ ନାଏକ, ରନ୍ଜିତା ଦଣ୍ଡସେନା, ରିତାଞ୍ଜଳି ମହାଖୁଡ, ଜ୍ୟୋତ୍ସ୍ନା ନାଏକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories