ଧାନ ଚାଷରେ ଅଜଣା ରୋଗ:  ଚାଷୀ ହତାଶ , କୃଷି ବିଭାଗ ନୀରବ ଦ୍ରଷ୍ଟା

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଓ ଆଖପାଖ ଗ୍ରାମରେ ଧାନ ଚାଷରେ ଅଜଣା ରୋଗ ଦେଖା ଦେଇଛି। ଅନିୟମିତ ବର୍ଷା ସତ୍ବେ ଚାଷୀ ମାନେ ବହୁ କଷ୍ଟ ରେ ଧାନ ଚାଷ କରୁଥିବା ବେଳେ ଧାନ ଗଛ ର ପତ୍ର ଗୁଡ଼ିକ ଲାଲ ପଡ଼ିଯାଉଥିବା ଦେଖା ଯାଉଛି। ଅଧିକାଂଶ ପତ୍ର ମୋଡ଼ି ହୋଇଯାଉଛି। ଚାଷୀ ମାନଙ୍କ ଏକର ଏକର ଜମି ରେ ଏଭଳି ସ୍ଥିତି ଦେଖି ଚାଷୀ ମାନେ ରୋଗ ପ୍ରତିଷେଧକ ପକାଇ ମଧ୍ୟ କିଛି ସୁଫଳ ପାଉନାହାନ୍ତି। ଏନେଇ ବାରମ୍ବାର କୃଷି ବିଭାଗ କୁ ଜଣାଇଲେ ମଧ୍ୟ କୃଷି ବିଭାଗ ଚୁପ୍ ଚାପ୍ ବସିଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଯେ ପୋଇପାଣୀ ଅଞ୍ଚଳ ରେ ବହୁ ଅଗ୍ରଣୀ ଚାଷୀ ଥିବା ବେଳେ ଜଳସେଚନ ସୁବିଧା ଥିବାରୁ ଘଟଗାଁ ବ୍ଲକ ର ଏହି ଅଞ୍ଚଳରୁ ସର୍ବାଧିକ ଧାନ ଉତ୍ପାଦିତ ହୋଇଥାଏ। ଏହି ଅଜଣା ରୋଗ ର କାରଣ ଅନୁଧ୍ୟାନ କରି ଚାଷୀ ମାନଙ୍କୁ ସମାଧାନ ର ରାସ୍ତା ଦେଖାଇବା ଦିଗ ରେ କାର୍ଯ୍ୟ ନକଲେ ଚାଷୀ ମାନେ କ୍ଷତି ରେ ପଡ଼ିବ ନିଷ୍ଟିତ କୁହାଯାଇଛି । ଯଥା ଶୀଘ୍ର କୃଷି ବିଭାଗ ସମସ୍ୟା ପ୍ରତି ନଜର ଦେବାକୁ ଦାବି ହୋଇଛି।
kalyan agarbati

Comments are closed.