www.samajalive.in
Monday, December 15, 2025
16.1 C
Bhubaneswar

ଧାନ ଚାଷରେ ଅଜଣା ରୋଗ:  ଚାଷୀ ହତାଶ , କୃଷି ବିଭାଗ ନୀରବ ଦ୍ରଷ୍ଟା

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଓ ଆଖପାଖ ଗ୍ରାମରେ ଧାନ ଚାଷରେ ଅଜଣା ରୋଗ ଦେଖା ଦେଇଛି। ଅନିୟମିତ ବର୍ଷା ସତ୍ବେ ଚାଷୀ ମାନେ ବହୁ କଷ୍ଟ ରେ ଧାନ ଚାଷ କରୁଥିବା ବେଳେ ଧାନ ଗଛ ର ପତ୍ର ଗୁଡ଼ିକ ଲାଲ ପଡ଼ିଯାଉଥିବା ଦେଖା ଯାଉଛି। ଅଧିକାଂଶ ପତ୍ର ମୋଡ଼ି ହୋଇଯାଉଛି। ଚାଷୀ ମାନଙ୍କ ଏକର ଏକର ଜମି ରେ ଏଭଳି ସ୍ଥିତି ଦେଖି ଚାଷୀ ମାନେ ରୋଗ ପ୍ରତିଷେଧକ ପକାଇ ମଧ୍ୟ କିଛି ସୁଫଳ ପାଉନାହାନ୍ତି। ଏନେଇ ବାରମ୍ବାର କୃଷି ବିଭାଗ କୁ ଜଣାଇଲେ ମଧ୍ୟ କୃଷି ବିଭାଗ ଚୁପ୍ ଚାପ୍ ବସିଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଯେ ପୋଇପାଣୀ ଅଞ୍ଚଳ ରେ ବହୁ ଅଗ୍ରଣୀ ଚାଷୀ ଥିବା ବେଳେ ଜଳସେଚନ ସୁବିଧା ଥିବାରୁ ଘଟଗାଁ ବ୍ଲକ ର ଏହି ଅଞ୍ଚଳରୁ ସର୍ବାଧିକ ଧାନ ଉତ୍ପାଦିତ ହୋଇଥାଏ। ଏହି ଅଜଣା ରୋଗ ର କାରଣ ଅନୁଧ୍ୟାନ କରି ଚାଷୀ ମାନଙ୍କୁ ସମାଧାନ ର ରାସ୍ତା ଦେଖାଇବା ଦିଗ ରେ କାର୍ଯ୍ୟ ନକଲେ ଚାଷୀ ମାନେ କ୍ଷତି ରେ ପଡ଼ିବ ନିଷ୍ଟିତ କୁହାଯାଇଛି । ଯଥା ଶୀଘ୍ର କୃଷି ବିଭାଗ ସମସ୍ୟା ପ୍ରତି ନଜର ଦେବାକୁ ଦାବି ହୋଇଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories