www.samajalive.in
Wednesday, December 10, 2025
16.1 C
Bhubaneswar

ନିଜ କାର୍ଯ୍ୟକ୍ଷେତ୍ରକୁ ଭଲ ପାଇବା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ

ଭୁବନେଶ୍ୱର: ସାଧାରଣ ଦୁର୍ବିପାକଠାରୁ ଆରମ୍ଭ କରି ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟ, ପ୍ରମାଣପତ୍ର ପ୍ରଦାନ ଆଦି ବିଭିନ୍ନ କାର୍ଯ୍ୟ କରିବା କ୍ଷେତ୍ରରେ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି । ବିଭିନ୍ନ ରାଜସ୍ୱ ନୀତିନିୟମର ସଠିକ ଅନୁପାଳନ ସହ ଜନସାଧାରଣଙ୍କୁ ସେବା ପ୍ରଦାନ କରି ଅଧିକାରୀମାନେ ନିଜ କର୍ତ୍ତବ୍ୟନିଷ୍ଠାର ପ୍ରମାଣ ଦେଇଆସିଛନ୍ତି । ତେବେ ନିଷ୍ଠା ଏବଂ କର୍ମକ୍ଷେତ୍ରକୁ ଭଲ ପାଇବା ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।
ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ସ୍ଥାନୀୟ ଉତ୍କଳ ବିଶ୍ୱବିଦ୍ୟାଳୟ ଦୀକ୍ଷାନ୍ତ ଭବନରେ ଆୟୋଜିତ ଅଷ୍ଟାଦଶ ତ୍ରୈବାର୍ଷିକ ସମ୍ମିଳନୀ-୨୦୨୪ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ରାଜ୍ୟର ରାଜସ୍ୱ ଭିତ୍ତିଭୂମିକୁ ସୁଦୃଢ଼ କରିବା କ୍ଷେତ୍ରରେ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଆମ ସରକାର ଶାସନଭାର ଗ୍ରହଣ କରିବା ପରେ ଅନେକ ଜନକଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି । ପୂର୍ବରୁ ପ୍ରଚଳିତ ଅନେକ ଆଇନରେ ସରଳୀକରଣ ନେଇ ରାଜ୍ୟ ସରକାର ଯୋଜନା କରୁଥିବାବେଳେ ରାଜସ୍ୱ ବିଭାଗରେ ଥିବା ବିଭିନ୍ନ ଆଇନର ସରଳୀକରଣ ସହ ଏହା କିପରି ଜନହିତକର ହୋଇପାରିବ ସେଥି ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି । ଆଗାମୀ ୨୦୩୬ ମସିହାରେ ଆମ ରାଜ୍ୟ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରୁଥିବାବେଳେ ସମଗ୍ର ଭାରତବର୍ଷରେ ଓଡ଼ିଶାକୁ ସବୁ କ୍ଷେତ୍ରରେ ଏକ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ଆମକୁ ଉଦ୍ୟମ କରିବାକୁ ପଡ଼ିବ । ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରି ରାଜ୍ୟ ସରକାରଙ୍କ ହାତମୁଠାକୁ ଟାଣ କରିବେ । ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ ବିଭିନ୍ନ ସମସ୍ୟାର ଏକ ସ୍ଥାୟୀ ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯିବ ବୋଲି ଏହି ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ ।

- Advertisement -

ବୈଠକରେ ରାଜ୍ୟ ସଂଘ ସଭାପତି ଶ୍ରୀ ଗୌରୀଶଙ୍କର ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ମହମ୍ମଦ ଜାଭେଦ ଆଖତର ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସଭାପତି ଦୁଃଖୀରାମ ସ୍ୱାଇଁ ଏବଂ ଜିଲ୍ଲା ସଂପାଦକ ଆଲୋକ କୁମାର ଜେନା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories