www.samajalive.in
Saturday, December 13, 2025
26.1 C
Bhubaneswar

ଜୁନ୍ ୧୫ଯାଏ ସକାଳୁଆ ଅଫିସ

ଭୁବନେଶ୍ବର : ଆସନ୍ତା ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କାର୍ଯ୍ୟାଳୟ ସକାଳୁଆ ହେବ। ପ୍ରତ୍ୟେକ କାର୍ଯ୍ୟାଳୟ ପୂର୍ବାହ୍ନ ୭ଟାରେ ଖୋଲିବ ଏବଂ ଅପରାହ୍ନ ୧ଟାରେ ବନ୍ଦ ହେବ। ଏହି ସମୟ ମଧ୍ୟରେ କାର୍ଯ୍ୟାଳୟରେ କୌଣସି ପ୍ରକାର ମଧ୍ୟାହ୍ନ ବିରତି ହେବନାହିଁ ବୋଲି ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି।
ଶ୍ରୀ ମହାପାତ୍ର ଏନେଇ ସୋମବାର ସବୁ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ଯେ ଗ୍ରୀଷ୍ମପ୍ରବାହକୁ ଦୃ​‌ଷ୍ଟିରେ ରଖି ଗୃହବିଭାଗର ୨୦୦୬ ମସିହା ନିର୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ବର୍ଷ ଏପ୍ରିଲ ୧୦ରୁ ଜୁନ୍ ୧୫ ଯାଏଁ ସକାଳୁଆ କାର୍ଯ୍ୟାଳୟ ହେବା କଥା। ହେଲେ କେତେକ କ୍ଷେତ୍ରରେ ଏହି ନିୟମ ପାଳନ ହେଉ ନଥିବା ଅଭିଯୋଗ ହେଉଛି। ତେବେ କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର, କୋରାପୁଟ ଏବଂ ଭୁବନେଶ୍ବରରେ କାର୍ଯ୍ୟାଳୟ ଯେଭଳି ଚାଲୁଛି ଠିକ୍ ସେହିପରି ଚାଲୁ ରହିବ। ତେବେ କୋଭିଡ଼-୧୯ ପାଇଁ ଏହି ନିୟମରେ କୌଣସି ବ୍ୟତିକ୍ରମ ହେବନାହିଁ। ଯଦି ଏହି ନିୟମରେ କୌଣସିଠାରେ ବ୍ୟତିକ୍ରମ ହେଉଥିବା ଦୃଷ୍ଟିକୁ ଆସିବ ତେବେ ତୁରନ୍ତ ଅବଗତ କରାଇବାପାଇଁ ଶ୍ରୀ ମହାପାତ୍ର ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories