www.samajalive.in
Sunday, December 14, 2025
26.1 C
Bhubaneswar

ମାଲ୍ୟାଙ୍କ ଆବେଦନ ଅଦାଲତରେ ଖାରଜ; ଫିଟିଲା ଭାରତ ପ୍ରତ୍ୟର୍ପଣ ବାଟ

ଲଣ୍ଡନ୍‌,୨୦ା୪ : ଭାରତ ଅଣାହେବେ  ପଳାତକ ମଦ ବ୍ୟବସାୟୀ ତଥା କିଙ୍ଗଫିଶର ବିମାନ କମ୍ପାନୀର ପୂର୍ବତନ ମୁଖ୍ୟ ବିଜୟ ମାଲ୍ୟା । ସୋମାଲ୍ୟାଙ୍କ ପକ୍ଷରୁ କରାଯାଇଥିବା ପ୍ରତ୍ୟର୍ପଣ ଆଦେଶ ବିରୋଧୀ ଆବେଦନକୁ ସୋମବାର ବ୍ରିଟେନ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛି । ମାଲ୍ୟାଙ୍କ ବିରୋଧରେ ୯ ହଜାର କୋଟି ଟଙ୍କାର ଠକେଇ ଏବଂ ଅର୍ଥ ହେରଫେର ବା ମନି ଲଣ୍ଡରିଂ ଆଦି ଅଭିଯୋଗ ରହିଛି।  ୬୪ ବର୍ଷୀୟ ମାଲ୍ୟା ଚଳିତବର୍ଷ ଫେବୃଆରୀରେ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ । ସେ ବ୍ରିଟେନ ହାଇକୋର୍ଟଙ୍କ ପ୍ରତ୍ୟର୍ପଣ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ । ଏବେ ସେ ଲଣ୍ଡନରେ ଅବସ୍ଥାନ କରୁଛନ୍ତି। ଲଣ୍ଡନର ଏକ କୋର୍ଟରେ ଏ ନେଇ ମାମଲା ଚାଲିଛି। ଲଣ୍ଡନର ରୟାଲ କୋର୍ଟ ଅଫ୍ ଜଷ୍ଟିସର ଜଷ୍ଟିସ୍ ଷ୍ଟିଫେନ୍ ଇରୱିନ୍ ଏବଂ ଜଷ୍ଟିସ୍ ଏଲିଜାବେଥ୍ ଲାଙ୍ଗଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିଥିଲେ। କରୋନା ଭାଇରସ୍ କାରଣରୁ ଇ-ମେଲ୍ ଜରିଆରେ ଦିଆଯାଇଥିବା ଏକ ରାୟରେ ଏହି ଆବେଦନ ଖାରଜ କରାଯାଇଛି। ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ମାମଲା ବର୍ତ୍ତମାନ ଗୃହ ସଚିବ ପ୍ରୀତି ପଟେଲଙ୍କ ନିକଟକୁ ଯିବ ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories