www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟରେ ରୋଗୀ ସଂଖ୍ୟା ୭୪; ସୁସ୍ଥ ହେଲେଣି ୨୪

ଭୁବନେଶ୍ବର (ବ୍ୟୁରୋ): ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ଭଦ୍ରକ, ବାଲେଶ୍ବର, ଯାଜପୁର ଓ ସୁନ୍ଦରଗଡ଼ରେ ମୋଟ ୧୩ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ସଂକ୍ରମଣର ଶିକାର ୭୪ଜଣଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜଧାନୀକୁ ମିଶାଇ ଖୋର୍ଧା ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ । ଏମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଛନ୍ତି, ୧୭ ଜଣ ସୁସ୍ଥ ହୋଇଛନ୍ତି ଓ ବିଭିନ୍ନ କୋବିଦ-୧୯ ଡ଼ାକ୍ତରଖାନାରେ ୨୮ ଜଣ ସକ୍ରିୟ ରୋଗୀ ଅଛନ୍ତି ।

- Advertisement -

ଭଦ୍ରକରୁ ୩ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ୫ ଚିହ୍ନଟଙ୍କୁ ମିଶାଇ ଏହି ସଂଖ୍ୟା ୮ରେ ପହଞ୍ଚିଛି । ଦୁଇଜଣ ରୋଗୀ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ୬ ଜଣ ସକ୍ରିୟ ରୋଗୀ ବିଭିନ୍ନ କୋବିଦ-୧୯ ଡ଼ାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ଯାଜପୁରରେ ପୂର୍ବରୁ ୨ ଜଣ ଓ ଆଜି ୫ ଜଣଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ଜଣେ ରୋଗୀ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ୬ ଜଣ ଚିକିତ୍ସିତ ହେଉଛନ୍ତି । ବାଲେଶ୍ବରରେ ପୂର୍ବରୁ ଜଣେ ଓ ଆଜି ୨ ଜଣ କରୋନା ଆକ୍ରାନ୍ତ ଚିହ୍ଟ ହୋଇଛନ୍ତି । ଏମାନେ ସମସ୍ତେ ସକ୍ରିୟ ରୋଗୀ  ଓ ଚିକିତ୍ସାଧୀନ ଅଛନ୍ତି ।  ଅନ୍ୟପଟେ ସୁନ୍ଦରଗଡ଼ରେ ୩ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସକ୍ରିୟ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡ଼ାରେ ୨ କରୋନା ରୋଗୀ ଠାବ ହୋଇଥିବା ବେଳେ ଦୁଇ ଜଣ ସକ୍ରିୟ ରୋଗୀ ଅଛନ୍ତି । କଳାହାଣ୍ଡିରେ ୨ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ସୁସ୍ଥ ହେଉଥିବା ବେଳେ ଜଣେ ଚିକିତ୍ସିିତ ହେଉଛନ୍ତି । ଅନ୍ୟପଟେ ପୁରୀରେ ଜଣେ ଜଣେ କରୋନା ସଂକ୍ରମିତ ଭଲ ହୋଇଯାଇଛନ୍ତି । ଢ଼େଙ୍କାନାଳର କରୋନା ରୋଗୀ ଜଣକ ଚିକିତ୍ସିତ ହେଉଥିବା ବେଳେ କଟକ ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ।

ରାଜ୍ୟରେ ମୋଟ ସଂଖ୍ୟା ୭୪

ଖୋର୍ଧା                     ୪୬ (ସକ୍ରିୟ ରୋଗୀ ୨୮, ସୁସ୍ଥ ୧୬, ମୃତ ୧)

ଭଦ୍ରକ                      ୦୮ (ସକ୍ରିୟ ୬, ସୁସ୍ଥ ୨)

ଯାଜପୁର                   ୦୭( ସକ୍ରିୟ ୬, ସୁସ୍ଥ ୧)

ବାଲେଶ୍ବର                  ୦୩ (ସକ୍ରିୟ ୩)

ସୁନ୍ଦରଗଡ଼                   ୦୩ ( ସକ୍ରିୟ ୨, ସୁସ୍ଥ ୧)

କେନ୍ଦ୍ରାପଡ଼ା                  ୦୨ (ସକ୍ରିୟ ୨)

କଳାହାଣ୍ଡି                   ୦୨(ସୁସ୍ଥ-୧)

କଟକ                       ୦୧(ସୁସ୍ଥ ୧)

ଢ଼େଙ୍କାନାଳ                  ୦୧ (ସକ୍ରିୟ ୧)

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories