www.samajalive.in
Saturday, December 6, 2025
19.1 C
Bhubaneswar

ହାଇ ସ୍ପିଡ୍ ଡାଟା ଆବଶ୍ୟକ ଅଛି କି ? ରିଚାର୍ଜ କରନ୍ତୁ ଏହି ପ୍ରିପେଡ୍ ପ୍ଲାନ୍

ନୂଆଦିଲ୍ଲୀ : କରୋନା ଭାଇରସ୍ ଯୋଗୁଁ ଏବେ ସମଗ୍ର ଦେଶରେ ତାଲାବନ୍ଦ। ଏଭଳି ସ୍ଥିତିରେ ଅଧିକାଂଶ ଲୋକ ଘରେ ରହି କାମ କରୁଛନ୍ତି। ତେବେ ଇଣ୍ଟରନେଟ୍ ସ୍ପିଡ଼ ନହେବା ଫଳରେ ଅଧିକାଂଶ ଲୋକ ବିରକ୍ତି ହୋଇପଡ଼ୁଥିବା ଦେଖାଯାଉଛି। ତେବେ ଏବେ ଆଉ ଆପଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। ଆମେ ଘରୁ କାମ କରୁଥିବା ଲୋକଙ୍କ ପାଇଁ ଜିଓ, ଏୟାରଟେଲ ଏବଂ ବିଏସଏନଏଲର କିଛି ପ୍ଲାନ ବିଷୟରେ ସୂଚନା ଦେବୁ। ଯାହାକୁ ବ୍ୟାବହାର କରି ଆପଣ ଘରେ ରହି ହାଇସ୍ପିଡ଼୍ ଡାଟା ପାଇପାରିବେ।
ତେବେ ଆସନ୍ତୁ ଏହି ପ୍ଲାନଗୁଡ଼ିକ ଉପରେ ନଜର ପକାଇବା…………..
ଜିଓର ୨୪୯ ଟଙ୍କା ପ୍ଲାନ୍
ଏହି ଯୋଜନାରେ ଉପଭୋକ୍ତାମାନେ ପ୍ରତିଦିନ ୨ ଜିବି ହାଇସ୍ପିଡ଼୍ ଡାଟା ଏବଂ ୧୦୦ ଏସ୍ଏମ୍ଏସ୍ ପାଇପାରିବେ। ଆହୁରି ମଧ୍ୟ, କମ୍ପାନୀ ଅନ୍ୟ ନେଟୱାର୍କକୁ କଲ କରିବାକୁ ଗ୍ରାହକଙ୍କୁ ହଜାରେ ମିନିଟ୍ ଦେବ। ଏହି ପ୍ୟାକର ବୈଧତା ୨୮ ଦିନ ରହିଛି।
ଏୟାରଟେଲର ୪୪୯ ଟଙ୍କା ପ୍ଲାନ୍
ଏହି ଡାଟା ଯୋଜନାରେ ଉପଭୋକ୍ତାମାନେ ପ୍ରତିଦିନ ୨ ଜିବି ହାଇସ୍ପିଡ଼୍ ଡାଟା ସହିତ ୧୦୦ଏସ୍ଏମ୍ଏସ୍ ପାଇପାରିବେ। ଏହା ସହିତ, ଗ୍ରାହକମାନେ ଯେକୌଣସି ନେଟୱର୍କରେ ଅସୀମିତ କଲିଂ କରିବାକୁ ସମର୍ଥ ହେବେ। ଏହି ପ୍ୟାକର ବୈଧତା ୫୬ ଦିନ।
ବିଏସ୍ଏନ୍ଏଲର ୩୧୮ ଟଙ୍କା ପ୍ଲାନ୍
ଏହି ଯୋଜନାରେ ଗ୍ରାହକମାନେ ପ୍ରତିଦିନ ୨ଜିବି ହାଇସ୍ପିଡ଼୍ ଡାଟା ପାଇପାରିବେ। କିନ୍ତୁ ଉପଭୋକ୍ତାମାନେ ଏହି ପ୍ଲାନରେ କୌଣସି ନେଟୱର୍କକୁ କଲ କରିପାରିବେ ନାହିଁ। ଏହି ପ୍ୟାକର ବୈଧତା ୮୪ ଦିନ। ସମ୍ପ୍ରତି ଏହି ଯୋଜନା କେବଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସର୍କଲ ପାଇଁ ଉପଲବ୍ଧ ରହିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories