www.samajalive.in
Monday, December 8, 2025
13.1 C
Bhubaneswar

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ୨୬୫କୁ ବୃଦ୍ଧି 

ସମାଜ ପୋର୍ଟାଲ ଡେସ୍କ: ଦେଶରେ କୋଭିଡ୍‍ ନାଇଣ୍ଟିନ୍‍ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୭ ହଜାର ୨୬୫କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୧୪ ହଜାର ୧୭୫ ରହିଛି। ୨ହଜାର ୫୪୬ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହୋଇ ହସ୍ପିଟାଲରୁ ଚାଲିଯାଇଛନ୍ତି। ଭୂତାଣୁରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫୪୩ ରହିଛି। ପୁଡ଼ୁଚେରୀର ମାହେ ଓ କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ଗତ ୨୮ ଦିନ ଧରି ଆଉ କୌଣସି ନୂଆ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି।

ଗତକାଲି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୪ଟି ଜିଲ୍ଲାରେ ଗତ ୧୪ ଦିନ ଧରି ଆଉ କୌଣସି ନୂଆ ବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି। ସେ କହିଛନ୍ତି ଭୂତାଣୁରେ ସଂକ୍ରମିତ ଲୋକମାନଙ୍କର ଚିକିତ୍ସା ପାଇଁ ଦେଶରେ ୭୫୫ଟି କୋଭିଡ୍‍ ନାଇଣ୍ଟିନ୍‍ ହସ୍ପିଟାଲ ଓ ୧୩ଶହ ୮୯ଟି ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଛି। ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ସମୟରେ ଯେଉଁସବୁ ସେବାକୁ କଟକଣାରୁ ଛାଡ଼ କରାଯିବ ତାହାର ସେ ଏକ ତାଲିକା ଦେଇଛନ୍ତି।

- Advertisement -

ସେ କହିଛନ୍ତି କଟକଣା କୋହଳ ସମୟରେ ଯେଉଁ କାର୍ଯ୍ୟଗୁଡ଼ିକୁ ନିଷେଧ କରାଯିବ ସେଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଯାତ୍ରୀବାହୀ ଯାନବାହାନ ଚଳାଚଳ, ଯାତ୍ରୀବାହୀ ବିମାନ ଚଳାଚଳ, ଯାତ୍ରୀବାହୀ ରେଳ ଚଳାଚଳ, ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ, ବ୍ୟବସାୟିକ ଶିଳ୍ପରେ କାର୍ଯ୍ୟ ଓ ଆମୋଦପ୍ରମୋଦ ସେବା ଅନ୍ତର୍ଭୁକ୍ତ। ସେ କହିଛନ୍ତି ସିନେମାହଲ୍‍, ସପିଂ କଂପ୍ଲେକ୍ସ, ମଲ୍‍ ଓ ଧାର୍ମିକ ପୀଠଗୁଡ଼ିକ ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories