www.samajalive.in
Saturday, December 6, 2025
26.1 C
Bhubaneswar

ସୈନିକସ୍କୁଲ ପୁରାତନ ଛାତ୍ରସଂସଦ ଓ ୧୨୦ବାଟାଲିଅନ୍ ମିଳିତ ଉଦ୍ୟମରେ କରୋନା ବିପର୍ଯ୍ୟୟ ଜନିତ ସାହାଯ୍ୟ

ଭୁବନେଶ୍ବର:କରୋନାର ମହାବିପତ୍ତି ସମୟରେ ଭୁବନେଶ୍ୱରର କେତେକ ବସ୍ତିବାସିନ୍ଦା ଓ ଗରିବ ଲୋକମାନଙ୍କୁ ମାସ୍କ ଓ ଖାଦ୍ୟଦ୍ରବ୍ୟ ବଣ୍ଟନ  ନିମନ୍ତେ ସୈନିକସ୍କୁଲ ଭୁବନେଶ୍ୱର ପୁରାତନ ଛାତ୍ରସଂସଦର ସଦସ୍ୟ ଏବଂ ୧୨୦ ବାଟାଲିଅନ୍ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି। ୧୨୦ ବାଟାଲିଅନ୍‌ର କମାଣ୍ଡିଙ୍ଗ୍ ଅଫିସର ତଥା ସୈନିକସ୍କୁଲ ପୁରାତନ ଛାତ୍ର କର୍ଣ୍ଣେଲ ଡି.ଡି.ସ୍ୱାଇଁ , ବି.ଏମ୍.ସି.ରେ କାର୍ଯ୍ୟରତ ଶିଭାଶିଷ ପରିଡା ଓ ସୈନିକସ୍କୁଲ ଅଧ୍ୟକ୍ଷ ମିଳିତ ଭାବେ ସହଯୋଗର ହାତ ବଢାଇଛନ୍ତି। ବର୍ତ୍ତମାନ ଆବଶ୍ୟକତାକୁ ଅନୁଧ୍ୟାନ କରି ରୋଷେଇ ନିମନ୍ତେ ଚାଉଳ, ଡାଲି, ସୁଜି ପ୍ରଭୃତି ଖାଦ୍ୟସାମଗ୍ରୀ ପୁଡିଆ ବଣ୍ଟନର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଓଡିଶାରେ କରୋନା ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଚାଲୁରହିବ। ବର୍ତମାନ ପାଇଁ ବଣ୍ଟନ କାର୍ଯ୍ୟ ରାଜଧାନୀର ଡମଣା ନୀଳ ପଡିଆ ଏବଂ ନୀଳାଦ୍ରିବିହାରର ନିର୍ମାଣ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଚାଲିଛି। ଉକ୍ତ ସେବା କାର୍ଯ୍ୟପାଇଁ ସୈନିକସ୍କୁଲ ପୁରାତନ ଛାତ୍ର ସଂସଦ ର ଅଧକ୍ଷ୍ୟ ଅମିତାଭ ସ୍ୱାଇଁ, ସମ୍ପାଦ ଡା. ନିରଞ୍ଜନ ପାଢୀ, ଟ୍ରେଜରର ତରୁଣ ମହାନ୍ତି, ଯୋଗେନ୍ଦ୍ର ସାହୁ, ପ୍ରଦୀପ ଦାସମହାପାତ୍ର ଏବଂ ଅନ୍ୟାନ୍ୟ ପୁରାତନ ଛାତ୍ରମାନଙ୍କର ପ୍ରଚେଷ୍ଟା ସ୍ୱାଗତ ଯୋଗ୍ୟ। ସମୟ କ୍ରମେ ଏହି କାର୍ଯ୍ୟ ରାଜଧାନୀର ଅନ୍ୟ ଅଞ୍ଚଳକୁ ମଧ୍ୟ ସଂପ୍ରସାରିତ ହେବାର ଯୋଜନା ଅଛି। ବଣ୍ଟନ ଦ୍ରବ୍ୟ ମଧ୍ୟରେ ଅଛି : -ଚାଉଳ ୫କେ.ଜି. ,ଡାଲି ୫୦୦ଗ୍ରା. ,ଆଳୁ ୫କେ.ଜି. , ପିଆଜ ୧ କେ.ଜି., ଚୁଡା ୧.୫- ୨ କେ.ଜି. ,ଚିନି ୦.୫ – ୧ କେ.ଜି.,ଲୁଣ ୫୦୦ଗ୍ରା.,ତେଲ ୧ ଲିଟର , କ୍ଷୀର ପାଉଡର ୨୫୦ ଗ୍ରା.,ଚା ପତି ୧୦୦ଗ୍ରା. ,ହଳଦି ୧୦୦ଗ୍ରା., ଫୁଟଣ ୧୦୦ଗ୍ରା. , ସାବୁନ ୧ ଏବଂ ଲୁଗାଧୂଆ ସାବୁନ ୧ । 

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories