ପିତାଙ୍କ ସହ ଭଲ ଓ ଖରାପ ସମ୍ପର୍କକୁ ନେଇ କ’ଣ ରହିଛି ଗ୍ରହର ପ୍ରଭାବ
ଯେପରି ସାରା ଜଗତର ପ୍ରାଣ କେନ୍ଦ୍ର ହେଉଛନ୍ତି ସୂର୍ଯ୍ୟ, ଠିକ୍ ସେହିପରି ପିତା ବା ବାପା ହେଉଛନ୍ତି ଆମ ଜୀବନର କେନ୍ଦ୍ର । ଏହି ଆଧାରରେ ପିତା ବା ବାପାଙ୍କୁ ସୂର୍ଯ୍ୟଙ୍କ ସହ ତୁଳନା କରାଯାଏ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ପିତାଙ୍କ ସ୍ଥିତି ଆଧାରରେ ସୂର୍ଯ୍ୟଙ୍କ ସ୍ଥିତି ଗଣନା କରାଯାଏ । ତେବେ ଆସନ୍ତୁ ଜାଣିବା ପିତାଙ୍କ ସହ ଭଲ ଓ ଖରାପ ସମ୍ପର୍କକୁ ନେଇ ଗ୍ରହର କି ପ୍ରଭାବ ପଡ଼େ ।
ପିତାଙ୍କ ସହ ସମ୍ପର୍କ ଭଲ ନ ଥିଲେ ଏହି କୁଫଳ ମିଳେ –
ସୂର୍ଯ୍ୟ ଦେବତାଙ୍କ କୁପ୍ରଭାବ ପଡିଥାଏ ।
ମାନ-ସମ୍ମାନ ହ୍ରାସ ପାଇଥାଏ ।
ଅସ୍ଥିଗତ ସମସ୍ୟା ଦେଖା ଦେଇଥାଏ ଏବଂ ଶରୀରରୁ ଭିଟାମିନ୍ ‘ଡି’ ର ମାତ୍ରା କମ୍ ହୋଇଥାଏ ।
ହୃଦରୋଗ ହେବାର ଆଶଙ୍କା ରହିଥାଏ ।
ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହେ ନାହିଁ ।
ବାରମ୍ବାର ରୋଜଗାରରେ ସମସ୍ୟା ଦେଖା ଦେଇଥାଏ ।
ପିତାଙ୍କୁ ସମ୍ମାନ ଦେଲେ ଏବଂ ତାଙ୍କ ସହ ସମ୍ପର୍କ ଠିକ୍ ରଖିଲେ ଏହି ଫଳ ମିଳେ –
ଜୀବନରେ କେବେ ମାନ, ସମ୍ମାନ, ଯଶ କ୍ଷୟ ହୁଏ ନାହିଁ।
ଶରୀର ସୁସ୍ଥ ରହିବା ସହ କୌଣସି ବଡ଼ ଧରଣର ରୋଗର ଆଶଙ୍କା ନ ଥାଏ।
ପିତାଙ୍କ ସହ ଭଲ ସମ୍ପର୍କ ପାଇଁ କରନ୍ତୁ ଏହି ଉପାୟ-
ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପିତାଙ୍କ ଚରଣ ସ୍ପର୍ଶ କରନ୍ତୁ ।
ପିତାଙ୍କ ଦେଖାଶୁଣା ବା ଯତ୍ନ ନେବାରେ କେବେ ଅବହେଳା କରନ୍ତୁ ନାହିଁ ।
ଯାଥାସମ୍ଭବ ପିତାଙ୍କ ନିକଟବର୍ତ୍ତୀ ରୁହନ୍ତୁ ।
ସୂର୍ଯ୍ୟଦେବତାଙ୍କୁ ପୂଜା କରନ୍ତୁ ।